ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବାହୁଡ଼ା ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ନବଦିନାତ୍ମକ ଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜନ୍ମବେଦି ଲୀଳା ସାରି ରତ୍ନବେଦିକୁ ବାହୁଡ଼ିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖୀ ହୋଇଛି। ଅନ୍ୟପଟେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ନେଇ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି । ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ପୋଲିସ୍ ଡିଜି ଉପସ୍ଥିତ ଅଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିବାବେଳେ ଅଧରପଣା, ସୁନାବେଶ ଓ ନିଳାଦ୍ରୀବିଜେ ପ୍ରସ୍ତୁତିର ସମୀକ୍ଷା କରାଯାଇଛି।
ଉଲ୍ଲେଖ ଥାଉ କି ଗତକାଲି ନୀତି ବିଳମ୍ବ ସହ ମୂଷଳ ଧାରାରେ ବୃଷ୍ଟିପାତ ଯୋଗୁଁ କେବଳ ଦେବଦଳନ ରଥ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ପହଞ୍ଚିପାରିଥିଲା। ଆଜି ସକାଳୁ ତାଳଧ୍ୱଜ ରଥ ଓ ନନ୍ଦିଘୋଷ ରଥକୁ ଦକ୍ଷିଣାଭିମୁଖୀ କରାଯାଇଥିଲା। ଉଲ୍ଲେଖ ଥାଉ କି ମହାପ୍ରଭୁ ନାକଚଣା ଦ୍ୱାର ବାଟେ ପହଞ୍ଚି ହୋଇ ରଥରେ ବିରାଜମାନ କରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ।