ଓଡ଼ିଆ ନ୍ୟୁଜ୍: ପୋଲାଡ଼ି ଛକରେ ଗୋଷ୍ଠୀ ସଂଘର୍ଷ; ଏକାଧିକ ଆହତ। ବାଇକ ଦୁର୍ଘଟଣାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା। ଢେଲାପଥର ମାଡ଼ ଓ ଅସ୍ତ୍ରଶସ୍ତ୍ର ଆକ୍ରମଣରେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ସହଦେବଖୁଣ୍ଟା ପୋଲିସ ମୁତୟନ ହୋଇଛନ୍ତି।
ଉଭୟ ଗୋଷ୍ଠୀ ପକ୍ଷରୁ ଢେଲା ପଥର ମାଡ଼ ଓ ହାତାହାତି ଜାରି ରହିଛି । ଗତକାଲି ଗାଁରେ ଏକ ବିବାଦକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀ ମଧ୍ୟରେ ସୂତ୍ରପାତ ଆରମ୍ଭ ହୋଇଥିଲା । ପରେ ଘଟଣାର ଆପୋଷ ସମାଧାନ ପରେ ଆଜି ପୁଣି ଗଣ୍ଡଗୋଳ ଆରମ୍ଭ ହୋଇଯାଇଛି । ଦୁଇ ଗୋଷ୍ଠୀ ପକ୍ଷରୁ ଗଣ୍ଡଗୋଳ ଜାରୀ ରହିଥିବା ବେଳେ ଘଟଣାସ୍ଥଳରେ ସହଦେବ ଖୁଣ୍ଟା ଥାନା ପୁଲିସ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି ।