ଓଡ଼ିଆ ନ୍ୟୁଜ୍: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା, ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ। STU, ଡଗ୍ ସ୍କ୍ୱାଡ୍, ବମ୍ ସ୍କ୍ୱାଡ୍ ସହ ଅଗ୍ନିଶମ ବିଭାଗକୁ ମଧ୍ୟ ଦାୟିତ୍ୱ। ଲୋୟର ପିଏମ୍ଜିରେ ୧୪୪ ଧାରା ଜାରି କରାଯିବ।୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବ। ଏଥିପାଇଁ ୧୦୦ ଅଫିସରଙ୍କ ସହ ଷ୍ଟ୍ରାଇକିଂ ଫୋର୍ସ, ଏସଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ବାଡ ଓ ଅଗ୍ନିଶମ ବାହିନୀ ମଧ୍ୟ ନିୟୋଜିତ ରହିବେ ।
ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣୀ କରାଯିବା ସହ ବ୍ୟାରିକେଡିଂ କରାଯାଇଛି । ଲୋୟର ପିଏମଜିରେ ୧୪୪ ଧାରା ଜାରି କରାଯିବ। ସିସିଟିଭି ସର୍ଭେଲାନ୍ସ ଦ୍ବାରା ବିଧାନସଭା ଓ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ପୋଲିସ୍ ପ୍ରଶାସନର କଡ଼ା ନଜରରେ ରହିବ ।