ବାଲେଶ୍ୱର ଅବକାରୀ ବିଭାଗ ଚଢାଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅବକାରୀ ଚଢାଉ। ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ବିଭାଗ ତରଫରୁ ବାଉଁଶପାଳ ଜଙ୍ଗଲରେ ଅପରାହ୍ନରେ ଚଢ଼ାଉ କରି ଗୁଡପୋଚ ନଷ୍ଟ କରିବା ସହିତ ଦେଶିମଦ ଜବତ କରିଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି।

ସୋର ଅବକାରୀ ଅଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ଏହି ଜଙ୍ଗଲରେ ବେଆଇନ ଭାବେ ଗଢି ଉଠିଥିବା ଦେଶିମଦ ରନ୍ଧା କାରଖାନା ଉପରେ ଚଢ଼ାଉ କରି ୩୨୦୦ ଲିଟର ଗୁଡ଼ପୋଚ ଓ ୪୦୦ ଲିଟର ଦେଶିମଦ ସହ ମଦରନ୍ଧା ସାମଗ୍ରୀକୁ ଜବତ କରିଥିଲେ।

ଚଢ଼ାଉ ହେଉଥିବା ଜାଣିପାରି ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ଚଢ଼ାଉରେ ଏଏସଆଇ ମିନତୀ ଜେନା, କନେଷ୍ଟବଳ ଶଶୀକାନ୍ତ ସାହୁ, ରଜନୀକାନ୍ତ ସାହୁ, କାଜଲ ପ୍ରିୟଦର୍ଶିନୀ ସାମିଲ ହୋଇଥିଲେ।

Leave A Reply

Your email address will not be published.