ପୁଣି କଲବଲ କରିବ ତାତି, ଆସନ୍ତାକାଲିଠୁ ବଢ଼ିବ ତାପମାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି।  ଆସନ୍ତାକାଲି ଠାରୁ ପରବର୍ତ୍ତୀ ୪ ଦିନ ଯାଏଁ ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ଆକଳନ କରିଛି। ଲୋକେ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଛନ୍ତି।

ଆଜି ପୂରା ରାଜ୍ୟରେ ମେଘୁଆ ପାଗ ରହିଛି ତଥା ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବଢ଼ିବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତା’ ଏକ୍ସରେ ଲେଖିଛି ଯେ ଆସନ୍ତାକାଲିଠାରୁ ୪ ଦିନ ଯାଏ ଦିନର ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ଆସନ୍ତାକାଲି ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲ୍‌ସିୟସ ରହିପାରେ ବୋଲି ଆକଳନ କରାଯାଇଥିବା ବେଳେ ମାଲକାନଗିରିରେ ୩୭, ରାୟଗଡ଼ାରେ ୩୬, କୋରାପୁଟରେ ୩୩, ଭବାନୀପାଟଣାରେ ୩୩, ନୂଆପଡ଼ାରେ ୩୩, ବଲାଙ୍ଗିରରେ ୩୩, ଟିଟିଲାଗଡ଼ରେ ୩୪, ବୌଦ୍ଧରେ ୩୪, ସୁନ୍ଦରଗଡ଼ରେ ୩୩, ଝାରସୁଗୁଡ଼ାରେ ୩୩, ଅନୁଗୋଳରେ ୩୩, ଭୁବନେଶ୍ୱରେ ୩୪ ଓ କଟକରେ ୩୩ ଡିଗ୍ରୀ ରହିପାରେ। ରାୟଗଡ଼ା, ପାରଳେଖେମୁଣ୍ଡି ଓ ମାଲକାନଗିରିକୁ ଛାଡ଼ି ଦେଲେ ଅନ୍ୟ କୌଣସି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁ ନପାରେ।

Leave A Reply

Your email address will not be published.