ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ବନେଶ୍ୱର ନାୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବାରିପଦା ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ବନେଶ୍ୱର ନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବନେଶ୍ୱରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ଏକ କାଳୀନ ୫ଟି ସ୍ଥାନରେ ରେଡ୍ କରି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ । ତେବେ ଚଢାଉ ହେଉଥିବା ସ୍ଥାନ ମାନଙ୍କ ମଧ୍ୟରେ ରହିଛି ତାଙ୍କ ବାସଭବନ, ଅଫିସ ଓ ସମ୍ପର୍କୀୟଙ୍କ ଘର । ବାରିପଦା ରଘୁନାଥପୁରରେ ତିନି ମହଲା ଆବାସିକ ଘର , ବଡ଼ସାହି ତଳଣ୍ଡାରେ ଥିବା ଦୁଇ ମହଲା ଘର, ତଳଣ୍ଡାରେ ଥିବା ପୈତୃକ ଘର ସହ ବୈଶିଙ୍ଗା ମାଣିତ୍ରୀରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି । ଏଥିସହିତ ସହକାରୀ ଯନ୍ତ୍ରୀଙ୍କ ବାରିପଦା ସରକାରୀ କାର୍ଯ୍ୟାଳୟରେ ବି ଚଢ଼ାଉ ଜାରି ରହିଛି।

ଚଢ଼ାଉରେ ଦୁଇଜଣ ଅତିରିକ୍ତ ଏସପି, ୩ ଡ଼ିଏସପି, ୭ ଇନସ୍ପେକ୍ଟର, ଜଣେ ଏସଆଇ, ୭ ଏଏସଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ରହିଥିବା ଜଣାପଡିଛି । ତେବେ ଏଯାଏଁ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି । ସେ ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ ।

Leave A Reply

Your email address will not be published.