ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫଓ ବିଜୟ କୁମାର ପରିଡ଼ା ନିଲମ୍ବିତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫଓ ବିଜୟ କୁମାର ପରିଡ଼ା ନିଲମ୍ବିତ। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଭିଯୁକ୍ତ ବିଜୟ କୁମାର ପରିଡ଼ାଙ୍କୁ କୋରାପୁଟ ସ୍ଥିତ ଆରସିସିଏଫଙ୍କ କାର୍ଯ୍ୟାଳୟରେ ହାଜିରା ପକାଇବାକୁ କୁହାଯିବା ସହ ନିଲମ୍ବନ ଆଦେଶ ନଉଠିବା ଯାଏଁ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦେଶ ଦିଆଯାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ଅଗଷ୍ଟ ୨୪ ତାରିଖରେ ଭିଜିଲାନ୍ସ ବିଭାଗ ରାୟଗଡା ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ନିଜ ଆୟର ସଠିକ୍ ହିସାବ ଦେଇ ନପାରି ଗିରଫ ହୋଇଥିଲେ ଡିଏଫଓ । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ ।

Leave A Reply

Your email address will not be published.