ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଡକାୟତି ପାଇଁ ଆସିଥିଲେ। ୬ଜଣଙ୍କୁ ବାନ୍ଧିଲା ସମୁଦ୍ରକୂଳ ଥାନା ପୋଲିସ। ଏନେଇ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛି ବାସେଳୀ ସାହି ଥାନା ପୋଲିସ । ପୁରୀ ପେଣ୍ଠକଟା ନିକଟରେ ଏକ ଡ଼ଙ୍ଗା ତିଆରି କାରଖାନା ନିକଟ ବେହେରା ସାହି ଠାରେ କିଛି ଦୁର୍ବୁତ୍ତ ଏକାଠି ହୋଇ ବଡଧରଣର ଡକାୟତି କରିବା ଲାଗି ଯୋଜନା କରୁଥିବା ବେଳେ ଖବର ପାଇ ସମୂଦ୍ରକୂଳ ଥାନା ପୋଲିସ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା । ଚଢାଉ କରି ୬ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ପୁରୀର ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବା କହିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ ପୁରୀର ମାନସ ବେହେରା, ପି ସୁରେଶ,ମିକି, ନବୀନା ସାହୁ, ପି ଶ୍ରୀନୁ ଏବଂ ଆସର୍ବାଦ ଚମ୍ପତିରାୟ । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଖଣ୍ଡା, ଲଙ୍କା ଗୁଣ୍ଡ, ୩ଟି ଗ୍ୟାସ ସିଲିଣ୍ଡର ଏବଂ ବିଭିନ୍ନ ମରଣାସ୍ତ୍ର ଜବତ କରିଛି ସମୁଦ୍ରକୂଳ ଥାନା ପୋଲିସ ।
ସୂଚନାଯୋଗ୍ୟ ଯେ, ପୁରୀ ସହରରେ ଷ୍ଟ୍ରିଟ କ୍ରାଇମ ରୋକିବା ଲାଗି ପୁରୀ ପୋଲିସ ପକ୍ଷରୁ ଅପରାଧୀଙ୍କ ଉପରେ ଏବେ କଡା ନଜର ରଖାଯାଉଛି । ପୁରୀ ପୋଲିସର ସ୍ୱତନ୍ତ୍ର ଡ୍ରାଇଭରେ ବର୍ତ୍ତମାନ ସୁଦ୍ଧା ୭୭ଜଣ ଅପରାଧୀଙ୍କୁ ବିଭିନ୍ନ ମାମଲାରେ ଗିରଫ କୋର୍ଟ ଚାଲଣ କରାଗଲାଣି।