ଆନନ୍ଦ ବଜାର ଶୃଙ୍ଖଳା ବୈଠକରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ ନେଇ ବାହାରି ପାରିଲାନି ବାଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆନନ୍ଦବଜାର ଶୃଙ୍ଖଳା ନେଇ ଶ୍ରୀମନ୍ଦିର ସ୍ଵତନ୍ତ୍ର ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ବୈଠକ। ତେବେ ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ହେଲେ ଭକ୍ତଙ୍କ ପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇପାରିଲା ନାହିଁ। ସେହିପରି ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ ମଧ୍ୟ କୌଣସି ନିଷ୍ପତ୍ତି ହୋଇନାହିଁ। ଆନନ୍ଦ ବଜାରରେ ଅଣ ସୁଆରଙ୍କୁ ଚିହ୍ନଟ କରି ବାହାର କରିଦିଆଯାଇଛି। କେବଳ ସୁଆର ମହାସୁଆରଙ୍କୁ ସହାୟତା କରିବା ପାଇଁ ୨ ଜଣ ସହାୟକ ନିୟୋଜିତ ରହିବେ। ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ଆନନ୍ଦ ବଜାରରେ ସଫେଇ ଓ ସ୍ବଚ୍ଛତା ପ୍ରତି ଗୁରୁତ୍ଵ ଦେବା, ଜରି କାଢି ଶେଡ୍ ର ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଭଲ ଘିଅ ଅର୍ଥାତ୍ ଓମଫେଡ୍ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଆଜି ବୈଠକରେ ଆଲୋଚନା ହୋଇଛି।

ଆନନ୍ଦ ବଜାରରେ ଥିବା ଦୁଇଟି ଖଜା ଦୋକାନ ଭାଙ୍ଗି ରାସ୍ତା ବ୍ୟବସ୍ଥା ହେବ। ଗଠିତ ହୋଇଥିବା କୋର୍ କମିଟି ନିଷ୍ପତ୍ତି ନେବା ପରେ ମୁଖ୍ୟ ପ୍ରଶାସକ ଏହାକୁ ଅନୁମୋଦନ କରିବେ। ସେହି ଆଧାରରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଅଣାଯାଇପାରିବ ବୋଲି ସୁଆର ମହାସୁଆର ନିଯୋଗର ସଭାପତି ଓ ସମ୍ପାଦକ କହିଛନ୍ତି।

Leave A Reply

Your email address will not be published.