ତୁରନ୍ତ ବ୍ୟାଙ୍କ କାମ ସାରି ଦିଅନ୍ତୁ, ଜାନୁଆରୀ ମାସରେ ୭ ଦିନ ରହିବ ଛୁଟି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଉ କେଇଟା ଦିନ ପରେ ପୁରୁଣା ବର୍ଷ ୨୦୨୨କୁ ବିଦାୟ ଦେଇ ନୂତନ ବର୍ଷ ୨୦୨୩କୁ କରିବା ସ୍ୱାଗତ। ନୂଆ ବର୍ଷ ଆରମ୍ଭ ପୂର୍ବରୁ ମଧ୍ୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ୨୦୨୩ ପାଇଁ ବ୍ୟାଙ୍କ ଛୁଟିଦିନର ତାଲିକା ପ୍ରକାଶ ପାଇଛି । ଯାହା ଅନୁଯାୟୀ, ନୂତନ ବର୍ଷର ପ୍ରଥମ ମାସରେ ଅର୍ଥାତ୍ ଜାନୁୟାରୀ ୨୦୨୩ ରେ ବ୍ୟାଙ୍କଗୁଡିକ ବନ୍ଦ ରହିବାକୁ ଯାଉଛନ୍ତି ।

ଆସନ୍ତା ମାସରେ ବ୍ୟାଙ୍କ ଛୁଟି କେବେ ହେବ ତାହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଏହି ମାସରେ ଆପଣଙ୍କର  କୌଣସି କାର୍ଯ୍ୟ ଅଛି, ତୁରନ୍ତ ସେଗୁଡିକୁ ସାରି ଦିଅନ୍ତୁ ।

କାରଣ ଯେତେବେଳେ ବ୍ୟାଙ୍କ ଛୁଟି ହୋଇଗଲେ, ଆପଣ ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କାର୍ଯ୍ୟ ପରିଚାଳନାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା ୨୦୨୩ ଜାନୁଆରୀ ରେ କେତେ ଦିନ ବ୍ୟାଙ୍କ ଛୁଟି ରହିବାକୁ ଯାଉଛି । ଯାହା ଦ୍ୱାରା ଆପଣ ବ୍ୟାଙ୍କ ସହିତ ଜଡିତ ସମସ୍ତ କାର୍ଯ୍ୟକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିପାରିବେ ।

ଜାନୁଆରୀ ୨୦୨୩ ରେ ବ୍ୟାଙ୍କର ସାପ୍ତାହିକ ଛୁଟି:

୧ ଜାନୁଆରୀ ୨୦୨୩ – ରବିବାର ସହ ନୂତନ ବର୍ଷ ଅର୍ଥାତ୍ ନୂତନ ବର୍ଷ ଅବସରରେ, ଦେଶରେ ବ୍ୟାଙ୍କଗୁଡିକ ପାଇଁ ଛୁଟିଦିନ ରହିବ ।

୧୪ ଜାନୁଆରୀ ୨୦୨୩ – ମାସର ଦ୍ୱିତୀୟ ଶନିବାର ହେତୁ ବ୍ୟାଙ୍କ ସମଗ୍ର ଦେଶରେ ବନ୍ଦ ରହିବ ।

୧୫ ଜାନୁଆରୀ ୨୦୨୩ – ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୨୨ ଜାନୁଆରୀ ୨୦୨୩ – ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୨୬ ଜାନୁଆରୀ ୨୦୨୩ – ଗଣତନ୍ତ୍ର ଦିବସ ଅବସରରେ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ପାଇଁ ଛୁଟିଦିନ ରହିବ ।

୨୮ ଜାନୁଆରୀ ୨୦୨୩ – ମାସର ଚତୁର୍ଥ ଶନିବାର ଅବସରରେ ବ୍ୟାଙ୍କଗୁଡିକ ଛୁଟିଦିନ ପାଇବେ ।

୨୯ ଜାନୁୟାରୀ ୨୦୨୩ – ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ବ୍ୟାଙ୍କ ଛୁଟି ସତ୍ତ୍ୱେ ଆପଣ ଅନ୍‌ଲାଇନ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ମାଧ୍ୟମରେ ଟଙ୍କା କାରବାର କିମ୍ବା ଅନ୍ୟାନ୍ୟ କାର୍ଯ୍ୟ କରିପାରିବେ । ବ୍ୟାଙ୍କ ଛୁଟି ଏହି ସୁବିଧା ଉପରେ ପ୍ରଭାବ ପକାଇବ ନାହିଁ ।

Leave A Reply

Your email address will not be published.