ଭୁବନେଶ୍ବର: ପିଏମଜି ଅଫିସର ସୁରକ୍ଷା କର୍ମୀଙ୍କୁ ପୁରସ୍କାର, ନିଆଁ ଅଘଟଣକୁ କରିଥିଲେ ଆୟତ୍ତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଓଡିଶାର ମୁଖ୍ୟ ମହାଡ଼ାକପାଳଙ୍କ କାର୍ଯ୍ୟାଳୟ ପରିସରରେ ଶ୍ରୀ ସନାତନ ସିଂ ଦେଓ ତାଙ୍କ ବୁଲେଟ ମଟର ସାଇକେଲ OD -33-C-6459 କୁ ରଖି ପ୍ରଧାନ ଡାକଘରକୁ ଡାକ ସେବା ପାଇଁ ଯାଇଥିଲେ I ଡାକଘରୁ ଫେରି ସେ ମଟର ସାଇକେଲକୁ ଚଲାଇ ଯିବାକୁ ଉଦ୍ୟତ ହେଉଥିବା ବେଳେ ତାଙ୍କ ଗାଡ଼ିରୁ ହଠାତ ନିଆଁ ବାହାରିଥିଲା I କିଛି ଦୂରରେ ଉପସ୍ଥିତ ଥିବା ସହାୟକ ନିଦେଶକ (ଭବନ ) ମିଲନ ରାଉତ ଏହା ଦେଖି ତାଙ୍କୁ ଗାଡ଼ିରୁ ଓଲ୍ହାଇଯିବା ପାଇଁ ପରାମର୍ଶ ଦେଇଥିଲେ I ତାପରେ ଗାଡିଟି ବହୁତ ଜୋରରେ ଜଳିବାକୁ ଲାଗିଥିଲା I କାର୍ଯ୍ୟାଳୟ ର ସୁରକ୍ଷା ଦାୟିତ୍ୱ ରେ ଥିବା ଉପ ମଣ୍ଡଳ ପ୍ରବନ୍ଧକ (ଜୀବନ ବୀମା ) ଖବର ପାଇ ସୁରକ୍ଷା କର୍ମୀ ଶିବ ପ୍ରସାଦ ସାହୁ ଙ୍କୁ ସାଙ୍ଗରେ ନେଇ ଘଟଣା ସ୍ଥଳରେ ପହଂଚିଥିଲେ I

ସୁରକ୍ଷା କର୍ମୀ ଶିବ ପ୍ରସାଦ ସାହୁ ଉତ୍ତମ ସାହାସିକତା ପ୍ରଦର୍ଶନ କରି ନିଆଁ ଲିଭା ଯନ୍ତ୍ର ସାହାଯ୍ୟରେ ନିଆଁ କୁ ଆୟତ କରିଥିଲେ I ତାଙ୍କର ସାହାସିକତା ପାଇଁ ପାଖରେ ଥିବା ମଟର ଯାନ ଓ ଜନ ଜୀବନ ସୁରକ୍ଷିତ କରାଯାଇ ପାରିଲା I ସୁରକ୍ଷା କର୍ମୀ ଙ୍କର ସାହାସିକତା ପାଇଁ ମୁଖ୍ୟ ମହାଡ଼ାକପାଳ ଶୁଭେନ୍ଦୁ ସ୍ୱାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ଦୁଇ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ I ଏହି ପୁରସ୍କାର ରାଶି କାର୍ଯ୍ୟାଳୟ ର ସୁରକ୍ଷା ଅଧିକାରୀ ତଥା ଉପ ମଣ୍ଡଳ ପ୍ରବନ୍ଧକ (ଜୀବନ ବୀମା )ସର୍ବେଶ୍ୱର ମିଶ୍ର, ସହ ନିଦେଶକ (ଭବନ ) ମିଲନ ରାଉତ, ମୁଖ୍ୟ ମହା ଡାକପାଳଙ୍କ ସ୍ୱତନ୍ତ୍ର ଅଧିକାରୀ ସୁକେଶ ସାହୁ ଓ ସହାୟକ ଲେଖା ଅଧିକାରୀ ଗଦାଧର ରଥ ସୁରକ୍ଷା କର୍ମୀ ଶ୍ରୀ ଶିବ ପ୍ରସାଦ ସାହୁ ଙ୍କୁ ପ୍ରଦାନ କରିଥିଲେ I

Leave A Reply

Your email address will not be published.