ଦେବଦାସୀ ରାଷ୍ଟ୍ରୀୟ ନୃତ୍ୟ ସମାରୋହରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ: କଥକ, କୁଚିପୁଡ଼ି, ଭରାତନାଟ୍ୟମ, ଓଡିଶୀ ଓ ମଣିପୁରୀ ନୃତ୍ୟରେ ଦର୍ଶକ ବିଭୋର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭଂଜକଳମଣ୍ଡପ ରେ ଆଜି ଦେବଦାସୀ ନୃତ୍ୟମନ୍ଦିର ଦ୍ୱାରା ଆୟୋଜିତ 16ଶ ଦେବଦାସୀ ରାଷ୍ଟୀୟ ନୃତ୍ୟ ସମାରୋହ ଓ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଦେଶର ବିଭିନ୍ନ ଅଂଚଳରୁ ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ମାନେ ଓଡିଶୀ, ଭାରତ ନାଟ୍ୟମ, କଥକ, କୁଚିପୁଡ଼ି, ମଣିପୁରୀ ଓ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରି ଦର୍ଶକ ଙ୍କୁ ବିମୋହିତ କରିଥିଲେ lସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଆୟୋଜକ ଜଗବନ୍ଧୁ ଜେନାଙ୍କ ପୌରାହିତ୍ୟ ରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶଶୀଭୁଷଣ ବେହେରା,ପୂର୍ବତନ ଏମପି ତଥା ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ ପାଟଶାଣୀ,ଓଟି ଡିସି ଅଧକ୍ଷ ଲେନିନ ମହାନ୍ତି, ପ୍ରଖ୍ୟାତ ଓଡିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ସୁଜାତା ମହାପାତ୍ର,ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ପୂର୍ବତନ ଶିଶୁ କମିଶନ ଅଧକ୍ଷା ସାନ୍ଧ୍ୟବତୀ ପ୍ରଧାନ ଯୋଗଦେଇ ଦେଶର ସବୁ ଶାସ୍ତ୍ରୀୟ ନୃତ୍ୟକୁ ଏପରି ଗୋଟିଏ ମଞ୍ଚରେ ସମ୍ମିଳିତ କରିପାରିଥିବାରୁ ଧନ୍ୟବାଦ ଦେବା ଶହ ବିମୋହିତ ହୋଇଥିଲେ l

ପ୍ରଖ୍ୟାତ ଓଡିଶୀ ନୃତ୍ୟଗୁରୁ ଗୋବିନ୍ଦ ଚନ୍ଦ୍ର ପାଳ,ବମ୍ବେ ର ଭାରତ ନାଟ୍ୟମ ଗୁରୁ ଦୀପକ ଆର ମଜୁମଦାର, କଥକ ଗୁରୁ ଅସୀମ ବନ୍ଧୁ ଭଟ୍ଟାଚାର୍ଯ୍ୟ, କୁଚିପୁଡ଼ି ନୃତ୍ୟ ଗୁରୁ କେ ଭି ଲକ୍ଷ୍ମୀ ଗlରୁ, ମଣିପୁର ନୃତ୍ୟ ଗୁରୁ ଆଖମ ଲକ୍ଷ୍ମୀ ଦେବୀ, ମୋହିନୀ ଉତ୍ତମ ଗୁରୁ ଐଶ୍ୱର୍ଯ୍ୟ l ବାରିଆର,ଆସାମୀ ସଠିଆ ନୃତ୍ୟ ଗୁରୁ ଡ୍ରିମ୍ଲି ଗୋଗୋଇ,ଭାରତ ନାଟ୍ୟମ ଗୁରୁ ଡ଼ଃ ମନୀଷା ଦେବୀ ଗୋସ୍ୱାମୀ, କୁଚିପୁଡ଼ି ଗୁରୁ କିରଣ ମୟୀ ବୋନଲା, ସାଥୀୟା ନୃତ୍ୟ ରେ ଡିମ୍ପି ବୈଶ୍ୟ, ଆମେରିକା ର ଓଡିଶୀ ନୃତ୍ୟ ଗୁରୁ ଲିସା ସନ୍ଥମ୍ଭ,ଓଡିଶୀ ରେ ଦେବୋଲିନା ଦତ୍ତ, ଶ୍ରଦ୍ଧା ରଥ, ସୁଜାତା ନାୟକ, ମନୋସ୍ମିତା ଆଦିଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କରାଯାଇଥିଲା l ସନ୍ଧ୍ୟା ରେ ସମ୍ବର୍ଦ୍ଧିତ ହୋଇଥିବା ନୃତ୍ୟ ଗୁରୁଙ୍କ ସହିତ ବର୍ଷା ପ୍ରିୟଦର୍ଶିନୀ, ଶ୍ରୀତିକା ଭଟ୍ଟ, ଆଦି ବରିଷ୍ଟ ନୃତ୍ୟଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟ ରେ ଅନୁଷ୍ଠିତ ହୋଇଥିଲା l ପୂର୍ବାହ୍ନ ଅଧିବେଶନ ରେ ନୂତନ କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ l ଦିନ 10 ଟାରେ ଆରମ୍ବ ହୋଇଥିବା କାର୍ଯ୍ୟକ୍ରମ କୁ ଓଡିଶୀ ଗୁରୁ ଗଜେନ୍ଦ୍ର ପଣ୍ଡା,ପୁଷ୍ପାରଞ୍ଜନ ମଙ୍ଗରାଜ,ବିପିନ ସ୍ୱାଇଁ, ଜୟଶ୍ରୀ ଵାଲା ମାଲିକ, ଭାରତ ଗିରି, ବନିତା ଭଞ୍ଜ ଆଦି ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ପ୍ରାୟ 30 ଜଣ ନବ ପ୍ରତିଭା ଏଥିରେ ନୃତ୍ୟ ପରିବେଷଣ କରିଥିଲେ l ଓଡିଶୀ ନୃତ୍ୟ ଗୁରୁ ଦେବମିତା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଶ୍ରୀକୃଷ୍ଣ ପ୍ରେମ ଶେଷ ରାସ ରେ ମିଳିତ ଓଡିଶୀ ନୃତ୍ୟ ମନ ମହିଥିଲା l

Leave A Reply

Your email address will not be published.