୪ ଘଣ୍ଟାର ଉଦ୍ୟମ ପରେ ହୋର୍ଡିଂ ବେସ୍ ଉପରୁ ଉଦ୍ଧାର ହେଲେ ମୁକ୍ତିକାନ୍ତ ବିଶ୍ବାଳ, ରାଉରକେଲାର ବିକାଶ ପାଇଁ ୫୩୦ କି.ମି ଚାଲି ଚାଲି ଭୁବନେଶ୍ୱରକୁ ଆସିଥିଲେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବର ଶିଶୁଭବନ ଛକ ହୋର୍ଡିଂ ବେସ୍ ଉପରୁ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳଙ୍କୁ ଉଦ୍ଧାର କରାଯାଇଛି। ୪ ଘଣ୍ଟାର ଉଦ୍ୟମ ପରେ ଅଗ୍ନିଶମ ବାହିନୀ ମୁକ୍ତିକାନ୍ତଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରାଉରକେଲାର ବିକାଶ ପାଇଁ ୫୩୦ କି.ମି ଚାଲି ଚାଲି ଭୁବନେଶ୍ୱରକୁ ଆସିଥିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ୭ ଦିନ ଅପେକ୍ଷା କରିବା ପରେ ବୁଧବାର ଭୁବନେଶ୍ବର ଶିଶୁଭବନ ଛକ ହୋର୍ଡିଂ ବେସ୍ ଉପରେ ଚଢି ମୁକ୍ତିକାନ୍ତ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହାତରେ ଡିଜେଲ୍ ଓ ଦିଆସିଲି ଧରି ଆତ୍ମହତ୍ୟା କରିବାକୁ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ଧମକ ଦେଇଥିଲେ। । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ୪ ଘଣ୍ଟା ଉଦ୍ୟମ କରି ମୁକ୍ତିକାନ୍ତଙ୍କୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.