ବିଶାଳ ସଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ କଲେ ବାସନ୍ତୀ ହେମ୍ବ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନ ରେ ବାଜିମାତ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ଆରମ୍ଭ ହୋଇଛି କସରତ।ତେବେ କିଛି ଦଳ ନିଜ ନିଜର କର୍ମୀଙ୍କୁ ବାନ୍ଧି ରଖିବା ସହିତ କର୍ମୀ ଙ୍କୁ ନେଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଉଦ୍ୟମ ଚାଲିଥିବା ବେଳେ କରଞ୍ଜିଆରେ ଶୁଭିଲା ଯୋଡିଶଙ୍ଖ’ର ଜୟଧ୍ୱନି ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ବାସନ୍ତୀ ହେମ୍ବ୍ରମ ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହେଲା କରଞ୍ଜିଆ |

ନାମାଙ୍କନ ପତ୍ର ଦାଖଲରୁ ଆରମ୍ଭ ହେଲା ବିଜୟ ଅଭିଯାନ । ତେବେ କେଉଁଝର ଲୋକସଭା କ୍ଷେତ୍ର ପାଇଁ ବିଜୁ ଜନତା ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଧନୁର୍ଯ୍ୟୟ ସିଧୁ | କରଞ୍ଜିଆ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ନେତ୍ରୀ ବାସନ୍ତୀ ହେମ୍ବ୍ରମ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ସମର୍ଥକ ମାନଙ୍କର ଏକ ବିରାଟ ଶୋଭାଯାତ୍ରା ସହରରେ ପରିକ୍ରମା କରିଥିଲା । ୪୨ ଡିଗ୍ରୀ ଖରା ସତ୍ତ୍ବେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଶୋଭାଯାତ୍ରାରେ ସାମିଲ ହୋଇ ବାସନ୍ତୀ ହେମ୍ବ୍ରମଙ୍କୁ ସମର୍ଥନ ଜଣାଇଥିଲେ । ନାମାଙ୍କନ ସମୟରେ ପ୍ରବଳ ଜନସମାଗମ ବିରୋଧୀ ଶିବିରରେ ହଟଚମଟ ସୃଷ୍ଟି କରିଥିବାବେଳେ ବିଜୁ ଜନତା ଦଳ ପ୍ରତି କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଲୋକଙ୍କ ଭଲପାଇବା ଦେଖି ବିରୋଧୀ ନେତାଙ୍କ ଚିନ୍ତା ବଢିଯାଇଛି ।

ଆଜି ସକାଳ ପ୍ରାୟ ପ୍ରାୟ ୧୦ଘଟିକା ସମୟରେ ରେ ସ୍ଥାନୀୟ ଫରେଷ୍ଟ ଅଫିସ ଛକ ନିକଟରେ ପହଞ୍ଚିଥିଲେ ବିଧାନସଭା ପ୍ରାର୍ଥୀନୀ ବାସନ୍ତୀ ହେମ୍ବ୍ରମ । ସାଙ୍ଗରେ ଉପସ୍ଥିତ ଥିଲେ ମୁନିସିପାଲିଟି ଅଧ୍ୟକ୍ଷା ପପି ପୃଷ୍ଟି, ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା,ବରିଷ୍ଠ ବିଜେଡି ନେତା ଗିରିଧାରୀ ପୃଷ୍ଟି, ବିଜୁସେତୁ ଉପଦେଷ୍ଟା ଦିଲ୍ଲୀପ ସାହୁ,ମୟୁରଭଞ୍ଜ ଜିଲ୍ଲା ସମ୍ପାଦକ ମହେଶ୍ୱର ନାୟକ, ଯୁବ ନେତା ରହିତ ପୃଷ୍ଟିଙ୍କ ସମେତ ହଜାର ହଜାର ବିଜେଡି କର୍ମୀ ସେଠାରୁ ଏକ ବିରାଟ ସଭାଯାତ୍ରା ବାହାରି ଫ୍ଲିମ ହୋଲ ଛକ ଅମ୍ବିକା ମନ୍ଦିର ଛକ ଡେ଼ଲି ମାର୍କେଟ ଏନ ଏ ସି ଛକ କଚେରୀ ଛୋକ ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚିଥିଲେ | ସେଠାରେ ବାସନ୍ତୀ ହେମ୍ବ୍ରମ ନିଜର ପ୍ରାର୍ଥୀ ପତ୍ର ଦାଖଲ କାରିଥିଲେ |

Leave A Reply

Your email address will not be published.