ରେଡି ଭୋଲନ୍ଟିଅର୍ସ ଦ୍ବାରା ପ୍ରେସ ଫ୍ରିଡମ ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରେଡି ଭୋଲନ୍ଟିଅର୍ସ ରାଇରଙ୍ଗପୁର ଦ୍ବାରା ପ୍ରେସ ଫ୍ରିଡମ ଡେ ପାଳିତ ହୋଇ ଯାଇଛି। ରେଡି ଭୋଲନ୍ଟିଅର୍ସ କ୍ୟାପଟେନ ବିଜୟ କୁମାର ରାମଙ୍କ ଆବାହକତ୍ବ ରେ ଆୟୋଜିତ ଏହି ସଚେତନତା ଦିବସରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବିଶଙ୍କର ସତପଥି ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ପ୍ରେସ ର ଭୁମିକା ଆଲୋଚନା କରିଥିଲେ।

ମୁଖ୍ଯ ବକ୍ତା ଭାବେ ଜୀ ନ୍ୟୁଜ ଚ୍ୟାନେଲ ଦିଲ୍ଲୀର ପ୍ରିଂସ ରାଜ ଯୋଗ ଦେଇ ରେଡି ଭୋଲନ୍ଟିଅର୍ସ ମାନଙ୍କୁ ତାଙ୍କର ଗୁରୁଦାୟିତ୍ବ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ। ରେଡି ଭୋଲନ୍ଟିଅର ପ୍ରିତି ରାଜ ସ୍ବାଗତ ସଂଭାଷଣ ଦେଇ ଥିଲେ।

ଦୀପିକା ମହାରାଣା , ଭାଗବତ ନନ୍ଦ ଉପସ୍ଥିତ ରହି ରେଡି ଭୋଲନ୍ଟିଅର୍ସ ତପାଇ ବେହେରା, ସୁନୀତା ଗିରି, ଶ୍ୟାମ ମଣ୍ଡଳ, ଅମିତ ଗୋପାଳ ଓ ଅନ୍ଯମାନଙ୍କ ଉତ୍ସାହିତ କରିଥିଲେ। ରେଡି ଭୋଲନ୍ଟିଅର ସୁଭଦ୍ରା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.