ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ପାଇଁ ବ୍ରହ୍ମପୁରରେ କରିବେ ହାଇଭୋଲଟେଜ ପ୍ରଚାର । ନବରଙ୍ଗପୁରରେ ମଧ୍ୟ ବିଶାଳ ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ।

ରବିବାର ରାତି ପ୍ରାୟ ୯.୩୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତିରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେହିଦିନ ରାତିରେ ସେ ଭୁବନେଶ୍ୱରରେ ରହିବେ । ତା’ପରେ ସୋମବାର ସକାଳୁ ବ୍ରହ୍ମପୁର ଏବଂ ନବରଙ୍ଗପୁର ଗସ୍ତ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ରାତିରେ ଭୁବନେଶ୍ୱରରେ  ରାତ୍ରିଯାପନ କରିବେ। ସୋମବାର ସକାଳ ସାଢ଼େ ୧୦ଟାରେ ବ୍ରହ୍ମପୁର ଯିବେ। ସେଠାରେ ସାଧାରଣ ସଭାରେ ଯୋଗଦେବେ। ପରେ ପ୍ରଧାନମନ୍ତ୍ରୀ ନବରଙ୍ଗପୁର ଯିବେ। ସେଠାରେ ବିଜେପିର ବିଜୟ ସଂକ୍ପଳ ସମାବେଶରେ ଯୋଗ ଦେବେ। ଓଡ଼ିଶାରେ ନିର୍ବାଚନ ବିଗୁଲ ବାଜିବା ପରେ ପ୍ରଥମ ଥର ପାଇଁ ମୋଦି ପ୍ରଚାର ମଇଦାନ ଓହ୍ଲାଉଛନ୍ତି। ସେ ତାଙ୍କ ଉଦବୋଧନରେ କ’ଣ କହିବେ  ତା’ ଉପରେ ସମସ୍ତଙ୍କ ନଜର ରହିଛି।

 

Leave A Reply

Your email address will not be published.