ଶାନ୍ତି-ସେବା-ସଦଭାବନା ମଞ୍ଚର ବାର୍ଷିକ ଉତ୍ସବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶାନ୍ତି-ସେବା-ସଦଭାବନା ମଞ୍ଚର ବାର୍ଷିକ ଉତ୍ସବ | ନିସ୍ବାର୍ଥ ସେବା ମଣିଷକୁ ଅପାର ଶାନ୍ତି ଦେଇଥାଏ | ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ସ୍ଥିତ ସ୍ବେଛାସେବୀ ଅନୁଷ୍ଠାନ “ଶାନ୍ତି-ସେବା-ସଦଭାବନା ମଞ୍ଚ” ର ଚତୁର୍ଥ ବାର୍ଷିକ ଉତ୍ସବ ରବୀନ୍ଦ୍ର ମଣ୍ଡପ ବାଲିଚନ୍ଦ୍ରପୁର ଠାରେ ମଞ୍ଚ ସଭାପତି ସାମ୍ବାଦିକ ଭକ୍ତ ଚରଣ ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏଥ‌ିରେ ମୁଖ୍ୟ ଅତିଥ୍ୟ ଭାବେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଚିତ୍ରଶିଳ୍ପୀ ଓ ଲେଖକ ଡଃ ପ୍ରଫୁଲ୍ଲ ମହାନ୍ତି ଯୋଗଦେଇ ଉତ୍ସବକୁ ଉଦଘାଟନ କରି ନିସ୍ବାର୍ଥ ସେବା ମଣିଷକୁ ଅପାର ଆନନ୍ଦ ଦେବା ସହିତ ଈଶ୍ବରମୁଖୀ କରିଥାଏ ବୋଲି କହିଥିଲେ ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ ଶଶଧର ପଣ୍ଡା ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ଆଜିର ଯୁବ ପିଢ଼ି ବୃକ୍ଷରୋପଣ ସହିତ ରକ୍ତଦାନ ଶିବିର ଓ ନିଃସହାୟ ମଣିଷ ପାଖରେ ପହଞ୍ଚି ସେମାନଙ୍କୁ ସେବା ଯୋଗାଇ ଦେବାକୁ ଆହ୍ୱାନ କରିଥିଲେ ।

Leave A Reply

Your email address will not be published.