ବିଜେଡିରୁ ବାସୁଦେବପୁର ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା

0

ଓଡ଼ିଆ ନ୍ୟୁଜ୍: ଭଦ୍ରକରେ ପୁଣି ବିଜେଡିକୁ ଝଟ୍‌କା; ଇସ୍ତଫା ଦେଲେ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ।ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ। ବ୍ୟକ୍ତିଗତ କାରଣ ଦର୍ଶାଇ ଜିଲ୍ଲା ସଭାପତିଙ୍କୁ ପଠାଇଲେ ଇସ୍ତଫାପତ୍ର।ପୂର୍ବରୁ ଭଦ୍ରକ ଜିଲ୍ଲାର ୩ ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଦେଇଥିଲେ ଇସ୍ତଫା। ପୂର୍ବରୁ ବନ୍ତ, ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକର ଅଧକ୍ଷାଅଧ୍ୟକ୍ଷ ଇସ୍ତଫା ଦେଇଥିବା ବେଳେ ଆଜି ବିଶ୍ୱାଳ ଇସ୍ତଫା ପ୍ରଦାନ କରିବା ଜିଲା ରାଜନୀତିକୁ ସରଗରମ କରିଛି ।

ଜିଲାରେ ବିଜେଡି ଏକ ପ୍ରକାର ଧରାଶାୟୀ ହୋଇଯାଇଛି l ଜିଲାର ସମସ୍ତ ୭ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ଅକ୍ତିଆର କରିଥିଲା । କିନ୍ତୁ ଏକାଥରେ ୪ ବ୍ଲକ ଅଧ୍ୟକ୍ଷ ଓ କିଛି କର୍ମକର୍ତ୍ତାଙ୍କ ଇସ୍ତଫା ବିଜେଡିକୁ ଦୁର୍ବଳ କରିଦେବ ବୋଲି ଆଲୋଚନା ହେଉଛି । ସମସ୍ତେ ଆଗାମୀ ଦିନରେ ଭାଜପାରେ ମିଶିବେ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.