ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆଜି ଏସିଆ କପ୍‌-୨୦୨୩ ପାଇଁ ୧୭ଜଣିଆ ଟିମ୍ ଘୋଷଣା କରିଛି ଟିମ୍‌ ଇଣ୍ଡିଆ। ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଆହତ ସମସ୍ୟାରୁ ମୁକୁଳିବା ପରେ ଟିମକୁ ଫେରିଛନ୍ତି ଶ୍ରେୟସ ଆୟାର ଏବଂ କେ.ଏଲ ରାହୁଲ। ତାଙ୍କ ସହିତ ଯୁବ ବାମହାତି ବ୍ୟାଟ୍ସମ୍ୟାନ୍ ତଳକ ବର୍ମାଙ୍କୁ ମଧ୍ୟ ଟିମ୍‌ରେ ସ୍ଥାନ ମିଳିଛି । ଅନ୍ୟପଟେ ୟୁଜବେନ୍ଦ୍ର ଚହଲ ଏବଂ ସଞ୍ଜୁ ସାମସନ୍‌ଙ୍କୁ ଦଳରେ ସ୍ଥାନ ମିଳିନାହିଁ। ତେବେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ହାର୍ଦ୍ଦିକଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠୁଥିଲେ ମଧ୍ୟ ସେ ଉପ-ଅଧିନାୟକ ପଦ ବଜାୟ ରଖିଛନ୍ତି ।

ସଞ୍ଜୁ ଦଳରେ ସାମିଲ ହୋଇ ନଥିଲେ ମଧ୍ୟ ସେ ଅନ୍ୟ ଖେଳାଳି ମାନଙ୍କ ସହିତ ଏସିଆ କପ୍ ପାଇଁ ଟିମ୍ ସହିତ ରିଜର୍ଭ ଖେଳାଳି ଭାବରେ ରହିବେ । ରୋହିତଙ୍କ ନେତୃତ୍ୱରେ ଭାରତ ସେପ୍ଟେମ୍ବର ୨ ତାରିଖରେ ପ୍ରଥମ ମ୍ୟାଚ ଖେଳିବ। ଏହି ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କାରେ ଖେଳାଯିବ । ଏହାପରେ ଭାରତ ଗ୍ରୁପ୍ ମ୍ୟାଚ୍‌ରେ ନେପାଳ ବିପକ୍ଷରେ ୪ ସେପ୍ଟେମ୍ବରରେ ଖେଳିବ ।

ଏସିଆ କପ୍‌ରେ ଭାରତ, ପାକିସ୍ତାନ ଏବଂ ନେପାଳ ଗ୍ରୁପ୍‌ରେ ଏ ରେ ରହିଛନ୍ତି । ଚଳିତ ଥର ଏସିଆ କପ୍ ପାକିସ୍ତାନ ନେତୃତ୍ୱରେ ହାଇବ୍ରିଡ୍ ମଡେଲ୍‌ରେ ଅନୁଷ୍ଠିତ ହେଉଛି । ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ,ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ସୂର୍ୟ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ତିଳକ ବର୍ମା, କୁଲଦୀପ ଯାଦବ, ଶ୍ରାଦ୍ଧୁଳ ଠାକୁର, ପ୍ରସିଦ୍ଧ କ୍ରୀଷ୍ଣା, ଜସପ୍ରୀତ ବୁମ୍ରା , ମହମ୍ମଦ ଶାମି ଏବଂ ମହମ୍ମଦ୍ ସିରାଜ। ସଞ୍ଜୁ ସାମସନ୍‌(ରିଜର୍ଭ) ଏସିଆ କପ୍ ୨୦୨୩ ରେ ୧୩ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିରୁ ୪ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବାକୁ ଥିବା ବେଳେ ଫାଇନାଲ ସମେତ ବାକି ୯ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ଭାରତ ଯଦି ଫାଇନାଲକୁ ଯାଏ ତେବେ ଏହି ଟୁର୍ଣ୍ଣାମଣ୍ଟରେ ୬ଟି ମ୍ୟାଚ୍ ଖେଳିବ । ଆଗକୁ ଦିନିକିଆ ବିଶ୍ୱକପ ଥିବାରୁ ଚଳିତ ଥର ଏସିଆ କପ୍ ଦିନିକିଆ ଫର୍ମାଟ୍ ରେ ଅନୁଷ୍ଠିତ ହେଉଛି । ବର୍ତ୍ତମାନ ପର୍ୟ୍ୟନ୍ତ ଏସିଆ କପ୍ ଉପରେ ଭାରତୀୟ ଟିମ୍‌ର ଦବଦବା ରହିଛି । ଏସିଆ କପ୍ ୧୫ ଥର ଅନୁଷ୍ଠିତ ହୋଇଥିବା ବେଳେ ଭାରତ ସର୍ବାଧିକ ୭ ଥର ବିଜୟୀ ହୋଇଛି ।

Leave A Reply

Your email address will not be published.