ମର୍ଯ୍ୟାଦା ପାଇଁ ରାଜ୍ୟସଭା ନିର୍ବାଚନ ଲଢ଼ିବୁ: ଭକ୍ତ ଦାସ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ନିର୍ବାଚନ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରତିକ୍ରିୟା। ଦିନେ ଦୁଇ ଦିନ ଭିତରେ ନୀବନଙ୍କ ସହ ଭେଟଘାଟ ହେବ କହିଲେ ଭକ୍ତ।’ରାଜ୍ୟର ବୃହତ ସ୍ବାର୍ଥ ପାଇଁ ନବୀନଙ୍କ ସହ ଖୁବଶୀଘ୍ର ଭେଟଘାଟ ହେବ’। ‘ବିଜେଡି ଓ କଂଗ୍ରେସର ସଂଖ୍ୟାକୁ ନେଇ ସମ୍ଭାବନା ଦେଖାଦେଉଛି’। ‘ସମ୍ଭାବନାକୁ ନେଇ ଚେଷ୍ଟା କରିବା ରାଜନୀତିରେ ଅପରାଧ ନୁହଁ’।’ଆମେ ଜାଣିଛୁ ଜିତିପାରିବୁନି, ଦଳର ମର୍ଯ୍ୟାଦା ପାଇଁ ଲଢ଼ିବୁ’। ବିପକ୍ଷ ଦଳ ପାଇଁ ସୁଯୋଗ ଅଛି କହିଲେ ଭକ୍ତ ଦାସ।’ନବୀନଙ୍କ ସହ ଆଲୋଚନା କଲେ ଅନେକ କଥା ସାମ୍ନାକୁ ଆସିବ’।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ନେଇ ଖୁବଶୀଘ୍ର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିବେ ପିସିସି ସଭାପତି । ପୂର୍ବରୁ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ନବୀନଙ୍କୁ ଭେଟିବେ ବୋଲି ସୂଚନା ଦେଇଥିଲେ । ଏବେ ଏହି ପ୍ରସଙ୍ଗରେ ଆସିଛି ଭକ୍ତଙ୍କ ଆଉ ଏକ ବୟାନ । ଯାଜପୁରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଭକ୍ତ ଦାସ କହିଛନ୍ତି ଯେ, ମୁଁ ଖୁବଶୀଘ୍ର ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବି । ଦିନେ କି ଦୁଇ ଦିନ ମଧ୍ୟରେ କେଉଁ ତାରିଖରେ ନବୀନଙ୍କ ଭେଟିବି । ସେ ତାରିଖ ଜଣାପଡିବ । ବିରୋଧୀ ଦଳ ପାଖରେ ସୁଯୋଗ ରହିଛି । ତେଣୁ ଆଲୋଚନା କଲେ ଅନେକ କଥା ସାମ୍ନାକୁ ଆସିବ । ବିଜେଡି ଓ କଂଗ୍ରେସ ସଂଖ୍ୟାକୁ ନେଇ ସମ୍ଭାବନା ରହିଛି । ସମ୍ଭାବନାକୁ ଚେଷ୍ଟା କରିବା ରାଜନୈତିକ ଅପରାଧ ନୁହେଁ । ଆମେ ଜାଣିଛୁ ଜିତିପାରବୁନି, ହେଲେ ରାଜ୍ୟର ସ୍ୱାର୍ଥ୍ୟ ପାଇଁ ଆମେ ଲଢିବୁ । ଦଳର ମର୍ଯ୍ୟାଦା ପାଇଁ ଲଢିବୁ ।

Leave A Reply

Your email address will not be published.