ରାଷ୍ଟ୍ରପତି ଭବନରେ ଭାରତ ରତ୍ନ ସମାରୋହ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶନିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଏହି ୫ ମହାନ ବ୍ୟକ୍ତିତ୍ୱଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଚଳିତ ବର୍ଷ କର୍ପୁରୀ ଠାକୁର, ଏମଏସ ସ୍ୱାମୀନାଥନ୍‌‌, ଚୌଧୁରୀ ଚରଣ ସିଂହ, ପିଭି ନରସିଂହ ରାଓ ଓ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ।

ଚଳିତବର୍ଷ କର୍ପୁରୀ ଠାକୁର, ଏମଏସ ସ୍ୱାମୀନାଥନ, ଚୌଧରୀ ଚରଣ ସିଂହ, ପିଭି ନରସିଂହ ରାଓ ଓ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ। ତେବେ ଅସୁସ୍ଥ ଥିବାରୁ ଆସନ୍ତାକାଲି ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ପ୍ରଦାନ କରାଯିବ। ମିଳିଥିବା ସୂଚନା ଅନୁସାରେ, ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର କିଛି ବଡ଼ ନେତାଙ୍କ ଉପସ୍ଥିତିରେ ଆଡଭାନୀଙ୍କୁ ସମ୍ମାନିତ କରାଯିବ।

ତେବେ ଆଜି ରାଷ୍ଟ୍ରପତି ଭବନରେ ହେବାକୁ ଥିବା ସମାରୋହରେ କିଛି ସ୍ୱତନ୍ତ୍ର ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି । ଏଥିରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର ଉପସ୍ଥିତ ରହି ନିଜ ପିତାଙ୍କ ସମ୍ମାନ ଗ୍ରହଣ କରିବେ ।

Leave A Reply

Your email address will not be published.