ବିଜେଡିରେ ମିଶିଲେ ସୁରେନ୍ଦ୍ର ସିଂ ଭୋଇ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ ଆଜି ବିଜେଡିରେ ମିଶିଛନ୍ତି। ସୁରେନ୍ଦ୍ର ସିଂହ ଭୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବ‌ରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ମନ୍ତ୍ରୀ ଟୁକୁନି ସାହୁ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି। ୩୮ବର୍ଷ ଧରି କଂଗ୍ରେସରେ ଥିବା ସୁରେନ୍ଦ୍ର ଗତକାଲି ଇସ୍ତଫା ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ସଭାପତି ପଦ ସହ ଏଆଇସିସିର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସୁରେନ୍ଦ୍ର।

ସୂଚନା ମୁତାବକ, ଗତକାଲି ବଲାଙ୍ଗୀର ଜିଲ୍ଲା ସଭାପତି ସୁରେନ୍ଦ୍ର ସିଂହ ଭୋଇ ଗୁରୁବାର କଂଗ୍ରେସ ଛାଡ଼ିଥିଲେ। ଶ୍ରୀ ଭୋଇ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦ ମଧ୍ୟ ଛାଡ଼ିଥିଲେ। ଏଥି ସହିତ ସେ ନିଜର ଇସ୍ତଫା ପତ୍ରକୁ ପିସିସି ସଭାପତିଙ୍କ ଜରିଆରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପଠାଇଥିଲେ।

ଶ୍ରୀ ଭୋଇ ୧୯୯୫ ଓ ୨୦୦୪ରେ ସଇଁତଳାରୁ ଏବଂ ୨୦୦୯ରେ ଟିଟିଲାଗଡ଼ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ରେ ସେ ବିଜେଡିର ଟୁକୁନି ସାହୁଙ୍କଠାରୁ ପରାସ୍ତ ହୋଇଥିଲେ। ବିଜେଡିରେ ଯୋଗ ଦେଇଥିବା ସୁରେନ୍ଦ୍ର ସିଂହ ଭୋଇଙ୍କୁ ବଲାଙ୍ଗୀର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.