ଟିକେଟ ପାଇବା ପରେ ସୁବାସିନୀଙ୍କୁ ଶୁଭେଛାର ସୂଅ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ବିଜୁଜନତା ଦଳ ମଧ୍ୟରେ ଅନେକ ଛକାପଞ୍ଝା ପରେ ବାଜି ମାରିଲେ ନାରୀନେତ୍ରୀ ସୁବାସିନୀ ଜେନା। ଦୀର୍ଘ ଦିନ ର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବସ୍ତା ଆସନରୁ ବିଜୁଜନତା ଦଳରୁ ଟିକଟ ହାତେଇବା ପରେ ଲମ୍ବିଛି ଶୁଭେଛା ର ସୂଅ ।ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାଥୀ ଭାବେ ସୁବାସିନୀ ଜେନା ଙ୍କ ନାମ ଘୋଷଣା କରିଛନ୍ତି। ଏହା ଘୋଷଣା ହେବା ପରେ ବିଜୁ ଜନତା ଦଳ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟ ରେ ଉତ୍ସାହ  ପ୍ରକାଶ ପାଇଛି।

ଦଳୀୟ କର୍ମୀ ମହଲରୁ ଅଭିନନ୍ଦନ ର ସୂଅ ଛୁଟିଥିବାରେ ଲାଗିଛି। ଶ୍ରୀମତୀ ଜେନା ଏଥି ପାଇଁ ଦୀର୍ଘ ଦିନ ରୁ ସାଧାରଣ ଲୋକଙ୍କ  ସୁଖ ଦୁଃଖରେ ରହିଥିଲେ। ଆଜି ଦ୍ବିପହର ରେ ଭୂବନେଶ୍ବରରୁ ଆସି ନଳବାହାର ଛକରେ ପହଞ୍ଚିବା ପରେ ସାଧାରଣ କର୍ମୀ, ନେତୃତ୍ବ ମଣ୍ଡଳୀଙ୍କ ଦ୍ବାରା ସମ୍ବର୍ଦ୍ଧନା ଦିଆଯାଇଥିଲା। ନଳବାହାର ଛକଠାରେ  ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରି ମଥାନୀ, ବାହାର୍ଦା ଛକ ପରେ ଗାନ୍ଧିଛକ ଠାରେ ଥିବ ଗାନ୍ଧୀ ଙ୍କ ପ୍ରତିମୃତୀରେ ଫୁଲ ମାଳ ଦେଇଥିଲେ।

ସେଠାରୁ ବାଇକ ରାଲିରେ ଆସିବା ପରେ କୁଡିଆ,ଦରଡା,ମୁକୁଳୁସି, ଠାରେ ସମ୍ବର୍ଦ୍ଧନା ଦିଆଯାଇଛି। ତେବେ ବସ୍ତା ର ବିଧାୟକ ନିତ୍ୟାନନ୍ଦ ସାହୁ ଙ୍କ ବାସଭବନ ମୁକୁଳୁସି କୁ ଯାଇ ଅସୁସ୍ଥ ଶ୍ରୀ ସାହୁ ଙ୍କ ଠାରୁ ଆଶିର୍ବାଦ ନେବା ପରେ ଶ୍ରୀମତୀ ଜେନା ଲଙ୍ଗଳେଶ୍ବର ସ୍ଥିତ ବାସଭବନକୁ ଯାଇଥିଲେ। ତେବେ ସେଠାରେ ମଧ୍ୟ ବହୁ ଦଳୀୟ ଏବଂ ନିର୍ଦଳୀୟ କର୍ମୀ ଅପେକ୍ଷା କରିରହିଥିବା ବେଳେ ଅପରାହ୍ନରେ ବାଲିଆପାଳ ଅଞ୍ଚଳ ବୁଲିବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି।

Leave A Reply

Your email address will not be published.