ବିଧାନସଭା ଆସନରେ ଲଢ଼ିବ “ଜୟ ମହାଭାରତ ପାର୍ଟି “

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାଳିତ ନିର୍ବାଚନ ରେ ଓଡିଶା ରେ 21 ଲୋକସଭା ଓ 147 ବିଧାନସଭା ଆସନରେ ଲଢ଼ିବ “ଜୟ ମହାଭାରତ ପାର୍ଟି “| ଏହା ସହ ଆଜି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ 4 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ପାର୍ଟି | ଭୁବନେଶ୍ୱର ନୂଆ ଜାତୀୟ ଦଳ ” ଜୟ ମହାଭାରତ ପାର୍ଟି ” ଓଡିଶାରେ 147 ବିଧାନସଭା ଓ 21 ଲୋକସଭା ଆସନରେ ପାର୍ଥି ଦେବାର ଘୋଷଣା କରିଛି | ପାର୍ଟି ର ଜାତୀୟ ପ୍ରତିଷ୍ଠାତା ଭଗବାନ ଶ୍ରୀ ଅନନ୍ତବିଷ୍ଣୁ ଭୁବନେଶ୍ୱର ଜାଗମରା ରେ ପାର୍ଟି କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇ କହିଛନ୍ତି |

ଆଜି 4ଟି ବିଧାନସଭା ଆସନର ପାର୍ଥି ଘୋଷଣା କରିଛି | ଭୁବନେଶ୍ୱର ଏକାମ୍ର ରୁ ଅସୀମ ଅମିତାଭ ନାୟକ, ଭୁବନେଶ୍ୱର ମଧ୍ୟ ରୁ ସୁଶାନ୍ତ ରାଉତ, ଭୁବନେଶ୍ୱର ଉତ୍ତର ରୁ ରଂଜିତ ରାଉତ ଓ ଜଟଣୀ ନିର୍ବାଚନ ମଣ୍ଡଳୀ ରୁ ପ୍ରଦୀପ ବେହେରା ଙ୍କ ନାମ ବିଧାୟକ ପାର୍ଥୀ ଭାବେ ନାମ ଘୋଷଣା କରିଛି ପାର୍ଟି | ଆସନ୍ତା ସପ୍ତାହକ ମଧ୍ୟରେ ଅନ୍ୟ ବିଧାନସଭା ଓ ଲୋକସଭା ଆସନ ପାଇଁ ପାର୍ଥୀ ଘୋଷଣା କରିବା ନେଇ ପାର୍ଟି ମୁଖ୍ୟ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇ କହିଛନ୍ତି | ଏହା ଏକ ଜାତୀୟ ପାର୍ଟି ହୋଇ ଥିବାରୁ ଆସନ୍ତା ଲୋକସଭା ପାଇଁ ଦେଶର 543 ଆସନ ରେ ପାର୍ଥୀ ଦେବା ସହ ଓଡିଶା, ସିକିମ, ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ରେ ମଧ୍ୟ ବିଧାନସଭା ଆସନ ରେ ପାର୍ଥୀ ଦେବ ପାର୍ଟି| ଏହି ଅବସରରେ ଜୟ ମହାଭାରତ ପାର୍ଟି ର ଏକ ସଂକଳ୍ପ ପତ୍ର ପ୍ରକାଶ ପାଇଛି|

ଏହି ସଂକଳ୍ପ ରେ ସମଗ୍ର ଓଡିଶା ରେ ମଦ ଉପରେ ସମ୍ପୂର୍ଣ ପ୍ରତିବନ୍ଧକ ସହ ଭୁଲକ୍ଷ୍ମୀ ଯୋଜନା ରେ ଯୋଗ୍ୟ ହିତାଧିକାରୀ ଙ୍କୁ 100 ବର୍ଗ ଫୁଟ ର ପ୍ଲଟ ପ୍ରଦାନ, ଧନ ଲକ୍ଷ୍ମୀ ଯୋଜନା ରେ ପ୍ରତେକ ମହିଳା ଙ୍କୁ 25 ପଇସା ସୁଧ ରେ 1ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ, ମାଗଣା ରେ ଶିକ୍ଷା, ମାଗଣା ଚିକତ୍ସା ଓ ଔଷଧ ମାଗଣା ପ୍ରଦାନ,ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ପ୍ରତିବନ୍ଧକ ଲଗାଇ ପ୍ରତ୍ୟେକ ପରିବାର କୁ 50 ଟଙ୍କା ରେ ଗ୍ୟାସ ସିଲିଣ୍ଡର ଯୋଗାଇବା ଆଦି ପ୍ରସ୍ତାବ ରହିଛି | କାର୍ଯ୍ୟକ୍ରମ ରେ ପାର୍ଟି ର କର୍ମକର୍ତା ଅସୀମ ଅମିତାଭ ନାୟକ, ରମେଶ ଦାଶ,ପ୍ରଶାନ୍ତ ସ୍ୱାଇଁ, ସଞ୍ଜୟ ସାହୁ, ରୀନାରାଣୀ ଦେବୀ,ସ୍ୱୟଂପ୍ରଭା ଦାଶ, ନାରାୟଣ ଶବର,ଦିଲ୍ଲୀପ କୁମାର ବିଶ୍ୱାଳ ଆଦି ଉପସ୍ଥିତ ଥିଲେ | ଆସନ୍ତା ଏପ୍ରିଲ 16 ପୂର୍ବରୁ ଭୁବନେଶ୍ୱରରେ ପାର୍ଟି ର ଏକ ବିଶାଳ ସମାବେଶ ହେବ ବୋଲି ପାର୍ଟି ମୁଖ୍ୟ ସୂଚନା ଦେଇ କହିଛନ୍ତି | ଆଗାମୀ ନିର୍ବାଚନ ରେ ଦେଶ ଓ ରାଜ୍ୟ ରେ ପାର୍ଟି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ପାର୍ଟି |

Leave A Reply

Your email address will not be published.