‘କେଜ୍ରିୱାଲଙ୍କୁ ଆଶୀର୍ବାଦ ଅଭିଯାନ’ ଆରମ୍ଭ, ପତ୍ନୀ ଦେଲେ ହ୍ବାଟ୍ସଆପ ନମ୍ବର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ମଦ ଦୁର୍ନୀତି ମାମଲାରେ ଇଡି ହେପାଜତରେ ରହି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜେଲରୁ ସରକାର ଚଳାଉଛନ୍ତି ।  ପତ୍ନୀ ସୁନୀତା ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ଜନସାଧାରଣଙ୍କ ସହିତ ଯୋଡି ହେଉଛନ୍ତି । ତେବେ ଆଜି ସୁନିତା କ୍ରେଜିୱାଲଙ୍କ ଗିରଫଦାରୀ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି ।

ଯାହାର ନାଁ ରହିଛି କେଜ୍ରିୱାଲଙ୍କୁ ଆଶୀର୍ବାଦ ।   କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଜାରି କରିଛନ୍ତି ହ୍ଵାଟସଆପ୍ ନମ୍ବର। ବର୍ତ୍ତମାନ ମଦ ଅବନୀତି ମାମଲାରେ ଇଡି ରିମାଣ୍ଡରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସମ୍ବୋଧନ କରି ସୁନୀତା କେଜ୍ରିୱାଲ କହିଛନ୍ତି ଯେ, କୋର୍ଟରେ କେଜ୍ରିୱାଲ ଯାହା କହିଛନ୍ତି ତାହା କୋର୍ଟ ସମ୍ମୁଖରେ କହିବା ପାଇଁ ବହୁତ ସାହସ ଦରକାର। ଗତ ୩୦ ବର୍ଷ ଧରି ମୁଁ ତାଙ୍କ ସହିତ ଅଛି। ଦେଶଭକ୍ତି ତାଙ୍କ ରକ୍ତରେ ଅଛି। ଆଜି ସାମ୍ବାଦିକ ସମ୍ମିଳନୀ କରି ସୁନୀତା ଏହି ସୂଚନା ଦେଇଛନ୍ତି।

ଦେଶର ସବୁଠାରୁ ଶକ୍ତିଶାଳୀ ଦୁର୍ନୀତିଗ୍ରସ୍ତ ଏବଂ ଏକଛତ୍ରବାଦୀ ଶକ୍ତିକୁ ଚାଲେଞ୍ଜ କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଆପଣମାନେ କେଜ୍ରିଓ୍ବାଲଙ୍କୁ ଭାଇ ଏବଂ ପୁଅ ବୋଲି କହୁଛନ୍ତି । ଏହି ଯୁଦ୍ଧରେ ଆପଣମାନେ ଭାଇ ଏବଂ ପୁଅକୁ ସମର୍ଥନ କରିବ ନାହିଁ କି ବୋଲି ପ୍ରଶ୍ନ କରିଥିଲେ କେଜ୍ରିଓ୍ବାଲଙ୍କ ସ୍ତ୍ରୀ ସୁନୀତା । ସେ ଆହୁରି ମଧ୍ୟ କହିଛନ୍ତି,”ମୋର ପୁରା ବିଶ୍ବାସ ରହିଛି ଯେ, ଆମେ ସମସ୍ତେ ଏକାଠି ହୋଇ ଯୁଦ୍ଧ ଲଢିବା । ତେଣୁ ଆଜିଠୁ ଆମେ ଏହି ଅଭିଯାନ ଆରମ୍ଭ କରୁଛି ।

Leave A Reply

Your email address will not be published.