ରାଜଧାନୀରେ ତିନୋଟି ଜୋନ୍ ପାଇଁ 13 ଟିମ୍ ଗଠିତ

0

ରାଜଧାନୀ ଭୁବନେଶ୍ଵର ରାଜ୍ୟର କରୋନା ହଟସ୍ପଟ ପଲାଟି ଥିବାରୁ କରୋନା ଭାଇରସ୍ କୁ ସମୂଳେ ବିନାଶ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି l 7 ଦିନ ମଧ୍ୟରେ 5000 ନମୁନା ପରୀକ୍ଷା କରିବା ପାଇଁ ନିର୍ଦେଶ ଦେଇଛନ୍ତି l ଏହି ପରୀକ୍ଷା ଦ୍ଵାରା ରାଜଧାନୀ ରେ କରୋନା ସଂକ୍ରମଣ ରୋକାଯାଇ ପାରିବ ବୋଲି କୁହାଯାଉଛି l ଏ ନେଇ ରାଜ୍ୟ ସରକାର ଘୋଷଣା କରିବା ପରେ ତାହାର କାର୍ୟକାରୀ କରିବା ପାଇଁ ବିଏମସି ପକ୍ଷରୁ 13 ଟି ଟିମ୍ ଗଠନ କରାଯାଇଛି l ଏହା ସହ ଭୁବନେଶ୍ବର ରେ ଟେଷ୍ଟିଙ୍ଗ ପାଇଁ ସ୍ଥାୟୀ ଏବଂ ଅସ୍ଥାୟୀ କ୍ୟାମ୍ପ କରିବାକୁ ଯୋଜନା କରାଯାଇଛି l ଗୋଟିଏ ଟିମ୍ ଜଣେ ଡାକ୍ତର୍, ସ୍ୱାସ୍ଥ୍ୟ କର୍ମୀ, ପରିମଳ କର୍ମଚାରୀ, ଏବଂ ଶିକ୍ଷକଙ୍କୁ ନେଇ ଗଠିତ ହୋଇଛି l ଏକ ଟିମ୍ ଦୁଇଟି ସିଫ୍ଟ ରେ କାମ କରିବେ l ପ୍ରଥମ ସିଫ୍ଟ ରେ ଟିମ୍ ସକାଳ 8 ଟାରୁ ଦିନ 11 ଟା ପର୍ଯ୍ୟନ୍ତ କାମ କରିବେ ଓ ଦ୍ଵିତୀୟ ସିଫ୍ଟ ରେ ଅପରାହ୍ଣ 4 ଟାରୁ 6 ଟା ପର୍ଯ୍ୟନ୍ତ କାମ କରିବେ ବୋଲି ଜଣା ଯାଇଛି l ଏହା ସହ ଏହି ଟିମ ର ପରିଚାଳନା ଦାୟିତ୍ଵ ଡାକ୍ତରଙ୍କ ହାତ ରେ ନ୍ୟସ୍ତ ରହିଛି l

Leave A Reply

Your email address will not be published.