ଚିନିକଳ ବନ୍ଦ ଯୋଗୁଁ ଚିନ୍ତାରେ ଆଖୁଚାଷୀ

0

ମହାମାରୀ କରୋନା ଭାଇରସ୍ ଆଖୁଚାଷୀ ଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି l ଲକ୍ ଡାଉନ୍ ଯୋଗୁଁ ଢେଙ୍କାନାଳ ର ଶକ୍ତି କାରଖାନା ରେ ଉତ୍ପାଦନ ବନ୍ଦ ଯୋଗୁଁ ଆଖୁ ପରିବହନ ଠପ୍ ହୋଇଯାଇଛି l ଏଥିପାଇଁ ଚିନ୍ତାରେ ସହ ସହ ଆଖୁଚାଷୀ l ଯାଜପୁର ବ୍ଲକ୍ ର ଜମଧର ଅଞ୍ଚଳ ଏବଂ ବାରି ଡିଭିଜନ କୁଝାଲା ସେକ୍ସନ୍ ଅଧୀନରେ ଥିବା ସହ ସହ ଆଖୁ ଚାଷୀ ମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି l ପ୍ରତିବର୍ଷ ନଭେମ୍ବର ମାସ ରୁ ମାର୍ଚ୍ଚ ମାସ ମଧ୍ୟରେ ଆଖୁ ଅମଳ ହେବା ସହ ନୂଆ ଆଖୁ ଚାଷ କରାଯାଇଥାଏ l କିନ୍ତୁ ଚଳିତ ବର୍ଷ କାରଖାନା ବନ୍ଦ ଯୋଗୁଁ ବିଲରେ ଟନ ଟନ ଆଖୁ ପଚି ନଷ୍ଟ ହେଉଛି l

ଏହାରି ଭିତରେ ବୋଝ ଉପରେ ଲଳିତା ବିଡ଼ା ପରି ଚାଷୀ ମାନଙ୍କ ଉପରେ ରୁଣ ବୋଝ ମଧ୍ୟ ଚିନ୍ତାର କାରଣ ପାଲଟିଛି l ଆଖୁଚାଷ ପାଇଁ ସରକାରୀ ରୁଣ ର ବ୍ୟବସ୍ଥା ଥିବା ବେଳେ ଚାଷୀ ମାନେ ଏକର ପିଛା 25 ହଜାର ଟଙ୍କାର ରୁଣ ନେଇ ଚାଷ କରିଥାନ୍ତି l ଏବଂ ଏହାସହ ଭାଗଚାଷ କରି ଚାଷୀ ମାନେ ଚାଷ କରୁଥିବାରୁ ଜମି ବାବଦ ଭଡା ମଧ୍ୟ ଦେଇଥାନ୍ତି l ଏବେ ଚାଷୀ ମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର କ୍ଷେତ ଫଳେଇ ଥିବା ଚାଷ କୁ କିପରି ବିକ୍ରି କରାଯିବ l ଯଦିଓ ଚାଷ ବିକ୍ରି ନହୁଏ ତେବେ କୃଷି ରୁଣ କିପରି ପୈଠ କରିବେ ତା ସହିତ ଭାଗ ଚାଷୀ ମାନେ କିପରି ତାଙ୍କର ଜମି ବାବଦ ଅର୍ଥ ଦେବେ ସେନେଇ ଚିନ୍ତାରେ ଚାଷି କୂଳ l

Leave A Reply

Your email address will not be published.