ଆସନ୍ତାକାଲି ଦେଶ ପାଳିବ ୭୪ତମ ସାଧାରଣତନ୍ତ୍ର ଦିବସ: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରହିବ ଭୁବନେଶ୍ୱର ଗାନ୍ଧୀ ମାର୍ଗ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଦେଶ ପାଳିବ ୭୪ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଦିଲ୍ଲୀରୁ ପଲ୍ଲୀ ଯାଏ ପ୍ରସ୍ତୁତି ସରିଛି । ଦିଲ୍ଲୀ ଲାଲ୍‌ କିଲ୍ଲା ଅଞ୍ଚଳରେ ହୋଟେଲ, ଗେଷ୍ଟ ହାଉସ ଓ ସିନେମା ହଲରେ ଡୋର ଟୁ ଡୋର ଯାଞ୍ଚ କରୁଛି ଦିଲ୍ଲୀ ପୋଲିସ । ପିକେଟିଂ ଓ ପାଟ୍ରୋଲିଂ ବଢ଼ିଛି। ଦିଲ୍ଲୀ ନେସନାଲ କ୍ୟାପିଟାଲ ଟେରିଟୋରୀ- NCT ଆକାଶକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି।

ସେହିପରି ସୁରକ୍ଷା ବଳୟରେ ରହିଛି ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗ । କଡ଼ା ନଜର ରଖିଛି ସିସିଟିଭି । ସୁରକ୍ଷା ଦାୟିତ୍ୱରେ ରହିବେ ୩୦ ପ୍ଲାଟୁନ୍‌ ଫୋର୍ସ, ୨୦୦ ପୋଲିସ ଅଧିକାରୀ ଓ ବନ୍ଧୁକଧାରୀ ପୋଲିସ । ବମ୍‌ ଓ ଡଗ୍‌ ସ୍କ୍ଵାଡ୍‌ ସହ ସାଦା ପୋଷାକଧାରୀ ପୋଲିସ ମୁତୟନ ରହିବେ । ଆସନ୍ତାକାଲି ଗାନ୍ଧି ମାର୍ଗକୁ ସଂଯୋଗ କରୁଥିବା ରାସ୍ତାରେ ଲୋକଙ୍କ ସିଧାସଳଖ ପ୍ରବେଶ ଉପରେ କଟକଣା ଜାରି ହୋଇଛି ।ସେପଟେ ସାଧାରଣତନ୍ତ୍ର ଦିବସ ପାଇଁ ମାଓପ୍ରବଣ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି । ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀ ।

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡା BSF କ୍ୟାମ୍ପରେ ପହଞ୍ଚିଛନ୍ତି ADG ଅମିତାଭ ଠାକୁର , ଗୁଇନ୍ଦା ନିଦ୍ଦେର୍ଶକ ସଞ୍ଜୀବ ପଣ୍ଡା ଏବଂ ଏବଂ DIG SIW ଅନିରୁଦ୍ଧ ସିଂ । ସେହିପରି ରାୟଗଡା ଜିଲ୍ଲାରେ କଲ୍ୟାଣସିଂପୁର , ମୁନିଗୁଡା, କାଶୀପୁର ସମେତ ନିୟମଗିରି ପାହାଡ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରିଦିଆ ଯାଇଛି । ରାୟଗଡା ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ପଥରେ ଯାନବାହାନ ଯାଞ୍ଚ କରାଯାଉଛି । କନ୍ଧମାଳ ଜିଲ୍ଲାର ପ୍ରବେଶ ପଥରେ ପୋଲିସ ମୂତୟନ ଅଛନ୍ତି । ପ୍ରଶାସନ ପକ୍ଷରୁ ସମସ୍ତ ଗାଡି ଚେକିଂ କରାଯିବା ସହ ଲୋକଙ୍କ ଉପରେ ନଜର ରଖାଯାଇଛି ।

 

Leave A Reply

Your email address will not be published.