ପାଟଣାଗଡ଼: ଆବାସ ଯୋଜନାରେ ଅନିମିୟତା ପ୍ରତିବାଦରେ ବିଜେପିର ଦାବିପତ୍ର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ତାଲିକାରେ ବ୍ୟାପକ ତ୍ରୁଟି ପୂର୍ଣ ହୋଇଥିବା ଦର୍ଶାଇ ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇ ଆଜି ପାଟଣାଗଡ଼ ବ୍ଲକ ର ତିନୋଟି ମଣ୍ଡଳ ର ସଭାପତି ମାନେ ବ୍ଲକକୁ ଯାଇ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। 2018 /19 ରେ ଯେଉଁ ହିତାଧିକାରୀଙ୍କ ତାଲିକା ରାଜ୍ୟ ସରକାର ପ୍ରସ୍ତୁତି କରିଥିଲେ।ତାହା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଥିଲା।ସେହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବାରୁ ତାକୁ ଆମେ ବିରୋଧ କରୁଅଛ୍ହୁ ରାଜ୍ୟ ସରକାର ଓଡ଼ିଶାର 27ଲକ୍ଷ ଲୋକଙ୍କ ପାଇଁ ଘର ଆବଶ୍ୟକ ବୋଲି ମାଗିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ ଲୋକଙ୍କୁ ମୁଣ୍ଡ ଉପରେ ଛାତ ଦେବା ପାଇଁଏକ ଲକ୍ଷ ଅଧିକଘର ପ୍ରଦାନ କରିଛନ୍ତି।

କେନ୍ଦ୍ର ସରକାର ପୂର୍ବରୁ18 ଲକ୍ଷ ଏବଂ ବର୍ତ୍ତମାନ9 ଲକ୍ଷ58 ହଜାର ଓ ସମୁଦାୟ27 ଲକ୍ଷ58 ହଜାର ଘର ପ୍ରଦାନ କରିଛନ୍ତି।ଦୁର୍ଭାଗ୍ୟ କଥା ଯେ ବର୍ତ୍ତମାନ ପାଖାପାଖି 3 ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ନାମ ରହିଥିବାରୁ ।ଯୋଗ୍ୟ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାକୁ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସରକାର ଜାଣିଶୁଣି କାଟି ତାଙ୍କ ଦଳୀୟ ଲୋକମାନଙ୍କୁ ନାମଦେଇଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ସେ ସବୁକୁ ତୁରନ୍ତ ବନ୍ଦ କରି ଯୋଗ୍ୟ ହିତାଧିକାରୀଙ୍କ ନା ସଂଯୋଗ କରିବା ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ବ୍ଳକ ର ତିନୋଟି ମଣ୍ଡଳ ସଭାପତି ବଲ୍ଲଭ ଧରୁଆ ପଙ୍କଜ ଭୋଇ ଓ ସ୍ୱରୂପା ପରୁଆ ଙ୍କ ନେତୃତ୍ବରେ ବ୍ଲକ ଅଫିସ କୁ ଯାଇ ବିଡ଼ିଓଙ୍କୁ ଦାବିପତ୍ର ଦେଇଥିଲେ। ଏହି ସମୟରେ କରମ ସିଂ ସରାଫ ସହଦେଵ ପଟେଲ ଅନନ୍ତ ନାୟକ ଅନିରୁଦ୍ଧ ପସାୟତ ରମାନାଥ ହୋତା ଜ୍ଞାନେନ୍ଦ୍ର ସାଏ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.