କୋରାପୁଟ ଜୟପୁର ଘାଟିରେ ବଡ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜୟପୁର ଘାଟିରେ ସଡ଼କ ଦୁର୍ଘଟଣା । ଘଟଣାରେ ଡ୍ରାଇଭର ନାରାୟଣ ସିଂ, ହେଲ୍ପର ସୁମେଶ ଙ୍କୁ ସାମାନ୍ୟ ଆଘାତ ଲାଗିଥିବା କାରଣରୁ କୋରାପୁଟ ଜିଲ୍ଲା ମୂଖ୍ୟ ଚିକି୍ସାଳୟ ଜୟପୁରରେ ଚିକିତ୍ସିତ ହୋଇଥିବା ଜଣାପଡିଛି ।

ଆନ୍ଧ୍ରପ୍ରଦେଶ ରାଜ୍ୟ ବିଜୟନଗରମ୍ ରୁ ଓଡ଼ିଶା ରାଜ୍ୟ ଉମରକୋଟ କୁ ଯାଉଥିବା ଏକ ପଂକ୍ଲିନ ବୋଖେଇ ଟ୍ରକ ନଂ ଆର୍ ଜେ ୦୧- ଜିଏ ୯୨୦୦ ଟି ଘାଟିର ମଧ୍ୟ ଭାଗର ମୁଖ୍ୟ ବୁଲାଣି ରେ ଭାରସାମ୍ୟ ହରାଇବା ଫଳରେ ଟ୍ରକ୍ ଟି ରାସ୍ତା ର ସାଇଡ ୱାଲ୍ କୁ ପିଟି ହୋଇ ଖାଇ ଭିତରକୁ ପଲ୍ଟି ମାରି ଗଡି ପଡ଼ିଲା। ଘଟଣା ର ଖବର ପାଇ ଜୟପୁର ସଦର ପୋଲିସ ପହଂଚି ଉଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଗାଡ଼ିର ଡ଼୍ରାଇଭର୍ ଓ ହେଲ୍ପର କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଘଟଣାରେ କୌଣସି ବ୍ୟକ୍ତିଙ୍କ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଏହି ଘାଟି ରାସ୍ତାରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁ ଥିଲେ ମଧ୍ୟ ରାଜପଥ ବିଭାଗ ର ନିଦ ଭାଙ୍ଗୁନାହିଁ ।

ପ୍ରତ୍ୟେକ ଦିନ ଜାତୀୟ ରାଜପଥ ୩୨୬ ରେ ଦୁର୍ଘଟଣା ଘଟୁଥିବାରୁ ଘାଟି ରାସ୍ତା ଜାମ୍ ରହୁଛି ଯଦ୍ୱାରା ସାଧାରଣ ଲୋକ ଓ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଜାତୀୟ ରାଜପଥ ବିଭାଗ ପ୍ରତ୍ୟେକ ବର୍ଷ କୋଟି, କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଜନ ସାଧାରଣ ଉପକୃତ ହୋଇପାରୁ ନାହାଁନ୍ତି। ଜାତୀୟ ରାଜପଥ ୩୨୬ ଉପରେ ଆଉ କେତେ ମୁଣ୍ଡ ଗଡିଲେ ସରକାର ଓ ରାଜପଥ ବିଭାଗ ର ନିଦ ଭାଙ୍ଗିବ ତାହାକୁ ନେଇ କୋରାପୁଟ ବାସୀଙ୍କ ମନରେ ପ୍ରଶ୍ନ ଅଙ୍କୁରିତ ହେଉଛି।

Leave A Reply

Your email address will not be published.