ମାରୱାଡି ସୋସାଇଟି ପକ୍ଷରୁ ହୋଲି ସମାରୋହ ଖୁବ ଧୂମଧାମରେ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମାରୱାଡି ସୋସାଇଟି  ଭୁବନେଶ୍ୱର ପକ୍ଷରୁ, ପବିତ୍ର ହୋଲି ସମାରୋହ ଖୁବ ଧୂମଧାମରେ ପାଳିତ ହୋଇଯାଇଛି | ଭୁବନେଶ୍ୱର ସ୍ଥିତ (ୟୁନିଟ -3 ) ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମ, ଯେତିକି ଆକର୍ଷଣୀୟ ଥିଲା  ସେତିକି ମନୋରମ ଥିଲା |

ସୁଦୂର ତଥା ପବିତ୍ର ବୃନ୍ଦାବନ ଧାମରୁ ଆସିଥିବା ” ମାଧବ ରକ ବ୍ୟାଣ୍ଡ ” ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଯାହାକି ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା |  ସମାରୋହର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ଲାଠ, ଉପାଧ୍ୟକ୍ଷ ଶ୍ରୀ ଚେତନ ଟେକ୍ରିୱାଲ, ସଚିବ ଶ୍ରୀ ଜିତେନ୍ଦ୍ର ମୋହନ ଗୁପ୍ତା ,ଏବଂ କୋଷାଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ, ଏ ସମାରୋହ ଆୟୋଜିତ ହୋଇଥିଲା | ସୋସାଇଟିର ସମସ୍ତ ବରିଷ୍ଠ ସଦସ୍ୟବୃନ୍ଦ ସହଯୋଗ କରିଥିଲେ |

ସନ୍ଧ୍ୟା ନଇଁବା କ୍ଷଣି ହଜାର ହଜାର ସଂଖ୍ୟାରେ ମାରୱାଡି ଭାଇ ଭଉଣୀମାନେ ସପରିବାର ଆସି ଏହି ଉତ୍ସବକୁ ମନଭରି ଉପଭୋଗ କରିବା ସହ ସେଠାରେ ପ୍ରସ୍ତୁତ ହୋଇଥିବା ବହୁବିଧ ବ୍ୟଞ୍ଜନର, ଭରପୁର ଆନନ୍ଦ ଉଠାଇଥିଲେ | ଚାରିଦିନ ବ୍ୟାପୀ ଅନୁଷ୍ଠିତ ଏହି ସମାରୋହର ପ୍ରଥମ ଦିବସରେ ଝଣ୍ଡା ରୋପଣ ହୋଇଥିବା ବେଳେ ଦ୍ୱିତୀୟ ଦିବସରେ ହୋଲିକା ଦହନର ବିଶେଷ ଵିଧି ଅନୁଷ୍ଠିତ ହୋଇଥିଲା |

Leave A Reply

Your email address will not be published.