ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ରାଜ୍ୟରେ ଗଠନ ହେବ ଏସଏଚଜି ଫେଡେରେସନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଖୁବଶୀଘ୍ର ରାଜ୍ୟରେ ଗଠନ ହେବ ଏସଏଚଜି ଫେଡେରେସନ । ଏହି ଫଣ୍ଡ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଢ଼ାଞ୍ଚାରେ ଗଠନ ହେବ  । ଏହି ଫଣ୍ଡ ଦ୍ୱାରା ମହିଳାଙ୍କୁ ଆର୍ଥିକ ସହାୟତା ଦିଆଯିବ । ଏମିତି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ ବିଭାଗର ରିପୋର୍ଟ କାର୍ଡ ପ୍ରଦାନ କରି କହିଛନ୍ତି, ରାଜ୍ୟ ସରକାର ଏସଏଚଜି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇବାର ବ୍ୟବସ୍ଥା କରୁଛନ୍ତି ।  ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ରାଜ୍ୟରେ ଏସଏଚଜି ଫେଡରେସନ ଗଠନ ହେବା ନେଇ ମଧ୍ୟ ସେ ଘୋଷଣା କରିଛନ୍ତି ।

ସଚିବଙ୍କ କହିବା ଅନୁଯାୟୀ,  ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଢ଼ାଞ୍ଚାରେ ଗଠିତ  ଏହି ଫଣ୍ଡ କୌଣସି ମହିଳା ରୋଗଗ୍ରସ୍ତ କିମ୍ବା ଦୁର୍ଘଟଣାର ଶିକାର ହେଲେ, କିମ୍ବା ମୃତ୍ୟୁ ମୁଖରେ ପଡିଲେ,  ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବ । ୩-୪ ମାସ ମଧ୍ୟରେ ଏହି ଫଣ୍ଡ କାର୍ଯ୍ୟକାରୀ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏଥିପାଇଁ ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ ବୋଲି କହିଛନ୍ତି ସୁଜାତା କାର୍ତ୍ତିକେୟନ । ସେହିଭଳି  ଓଡିଶାରେ ୮ବର୍ଷରେ ଏସଏଚଜିଙ୍କୁ ଋଣ ସହାୟତା କେମିତି ବୃଦ୍ଧି ପାଇଛି ତାର ହିସାବ ଦେଇଛନ୍ତି । ତଥ୍ୟ ଅନୁସାରେ ଏସଏଚଜିଙ୍କ ୠଣ ସହାୟତା ୨୦୧୪-୧୫ରେ ୫କୋଟି ଟଙ୍କାରୁ ବଢ଼ି ୨୦୨୨-୨୩ରେ ୧୧ହଜାର କୋଟି ଟଙ୍କାରେ ପହଞ୍ଚିଛି ।

Leave A Reply

Your email address will not be published.