ଟେଲିକମ୍ କମ୍ପାନୀଙ୍କ ବଡ଼ ନିଷ୍ପତ୍ତି; ବନ୍ଦ ହୋଇଯିବ ଆପଣଙ୍କ ଦ୍ୱିତୀୟ ସିମ୍, ଜାଣନ୍ତୁ କାହିଁକି…

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଦେଶରେ ୭୫ ଲକ୍ଷରୁ ଅଧିକ ଗ୍ରହକଙ୍କର ଅଛି ଦ୍ୱିତୀୟ ସିମ୍ କାର୍ଡ । ଆଉ ସେହି ‘ଦ୍ୱିତୀୟ ସିମ୍’କୁ ବନ୍ଦ କରିଦେବେ ଟେଲିକମ୍ ଅପରେଟରମାନେ। ହଁ ଆଜ୍ଞା ଚଳିତବର୍ଷ ଟେଲିକମ୍ କମ୍ବାନୀଗୁଡିକ ଟାରିଫ୍ ମୂଲ୍ୟରେ ବଡ ଧରଣର ବୃଦ୍ଧି ଘଟାଇଛନ୍ତି। ଫଳରେ ଦେଶରେ ବର୍ତ୍ତମାନ ବହୁ ସଂଖ୍ୟାରେ ମୋବାଇଲ ଉପଭୋକ୍ତାଙ୍କର ସିମ୍ ବନ୍ଦ ହୋଇଯାଇଛି । ବିଶେଷ କରି ଏହି ସିମ ଗୁଡିକ ହେଉଛି ଦ୍ୱିତୀୟ ସିମ୍ । ଅତ୍ୟଧିକ ଟାରିଫ୍ ଯୋଗୁଁ ଗ୍ରାହକଙ୍କ ପାଇଁ ସବୁ ସିମ୍ ଆକ୍ଟିଭ କରିବା ସମ୍ଭବ ହେଉ ନାହିଁ। ତେଣୁ ଦ୍ୱିତୀୟ ସିମଟିକୁ ଅନେକ ଆକ୍ଟିଭ ରଖିବାକୁ ନାପସନ୍ଦ କରୁଛନ୍ତି । ତଥାପି ଉପଭୋକ୍ତମାନେ ନିଜଆଡୁ ‘ଦ୍ୱିତୀୟ ସିମ୍’କୁ ବନ୍ଦ କରିବାକୁ ନାରାଜ । ହେଲେ ଆଗକୁ ୫-ଜି ସେବା ଆରମ୍ଭ ହେବାକୁ ଯାଉଥିବାରୁ ଟେଲିକମ୍ ଅପରେଟରଙ୍କ ନଜର ଏବେ ଦ୍ୱିତୀୟ ସିମ ଉପରେ।

୨୦୧୦ ଠାରୁ ଅନେକ ଗ୍ରାହକ ଏକାଧିକ ସିମ୍ ରଖିବା ଟ୍ରେଣ୍ଡ ହୋଇଥିବାବେଳେ ଏହାକୁ ନେଇ ଏବେ ଟେଲିକମ୍ କମ୍ପାନୀ ଗୁଡିକୁ ବଡ ପଦକ୍ଷେପ ନେଇଛନ୍ତି । ଟ୍ରାଇ ରିପୋର୍ଟ ଅନୁସାରେ ଜିଓର ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧୬.୮ ଲକ୍ଷରୁ ୪୦.୫ କୋଟିରେ ପହଞ୍ଚିଛି । ସେହିପରି ଭାରତୀ ଏୟାରଟେଲର ଗ୍ରାହକଙ୍କ ସଂଖ୍ୟା ୮.୧ ଲକ୍ଷ ବୃଦ୍ଧି ପାଇଛି । ଫଳରେ ଏହାର ଗ୍ରାହକଙ୍କ ସଂଖ୍ୟା ଏବେ ୩୬ କୋଟିରେ ପହଞ୍ଚିଛି । ଅନ୍ୟପଟେ ବିଏସଏନଏଲ କିନ୍ତୁ ଅନେକ ଗ୍ରାହକଙ୍କୁ ହରାଇଛି । ମୋବାଇଲ ନମ୍ବର ରିଚାର୍ଜ କରୁନଥିବା ବହୁ ସଂଖ୍ୟାରେ ଗ୍ରାହକଙ୍କୁ ସମସ୍ତ ଟେଲିକମ୍ କମ୍ପାନୀଗୁଡିକ ନିଜର ନେଟୱାର୍କରୁ ହଟାଉଛନ୍ତି । ବର୍ତ୍ତମାନ ଟେଲିକମ୍ କମ୍ପାନୀଗୁଡିକ ୫ଜି ସ୍ପେକ୍ଟମର ନିଲାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ସେମାନେ ନିଜ ନେଟୱାର୍କରୁ ଅତିରିକ୍ତ ଭାର ହଟାଉଛନ୍ତି । ପୂର୍ବରୁ ବିଭିନ୍ନ ଟେଲିକମ୍ କମ୍ପାନୀ ଗୁଡିକର ରିଚାର୍ଜ ଦର କମ ଥିବାରୁ ଗ୍ରାହକ ଏକାଧିକ ସିମ ରଖିବାକୁ ପସନ୍ଦ କରୁଥିଲେ । ହେଲେ ଏବେ ରିଚାର୍ଜ ଦରରେ ଅହେତୁକ ବୃଦ୍ଧି ହୋଇଛି । ଫଳରେ ପ୍ରଥମ ସିମ୍ ବ୍ୟତୀତ ଅନ୍ୟ ସିମକୁ ରିଚାର୍ଜ କରିବାକୁ ଇଚ୍ଛା କରୁନାହାଁନ୍ତି । ଏପରି ହେବା ଦ୍ୱାରା କମ୍ପାନୀ ଗୁଡିକ କ୍ଷତି ସହୁଛନ୍ତି । ତେଣୁ ରିଚାର୍ଜ ହେଉନଥିବା ସିମକୁ ଯଥାଶିଘ୍ର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟେଲିକମ୍ କମ୍ପାନୀ।

Leave A Reply

Your email address will not be published.