ବଡ ଖବର, ଆସନ୍ତା ୧୮ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ୧୮ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ବୋର୍ଡ ପରିକ୍ଷା ଫଳ ପ୍ରକାଶନ ତାରିଖକୁ ଆଜି ଘୋଷଣା କରିଛନ୍ତି ବୋର୍ଡ଼ ଉପ-ସଭାପତି। ଏନେଇ ଆଜି ଦିନ ୧୧.୩୦ରେ ତାରିଖ ଘୋଷଣା ହୋଇଛି। ତେବେ ଗୁରୁବାର ଦିନ ୧୦ଟାରେ ଓଡିଶା ବୋର୍ଡର ୱେବସାଇଟରେ ଉପଲବ୍ଧ ହେବ ଏହି ରେଜଲ୍ଟ।

ବଡ ଖବର, ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ ।  ୧୮ ତାରିଖ ଦିନ ୧୦ଟା ବେଳେ ପ୍ରକାଶିତ ହେବ ରେଜଲ୍ଟ । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ଛାତ୍ରଛାତ୍ରୀମାନେ ୱେବସାଇଟକୁ ଯାଇ କିମ୍ବା ଏସଏମଏସ ଦ୍ୱାରା ରେଜଲ୍ଟ ଜାଣିପାରିବେ । ୱେବସାଇଟ www.bseodisha.ac.inରେ ଫଳ ପ୍ରକାଶ ପାଇବ । ଏସଏମଏସ ଜରିଆରେ ଫଳ ଜାଣିବା ପାଇଁ OR10 ସ୍ପେସ୍‌ ନିଜ ରୋଲ ନମ୍ବରକୁ ଲେଖି 5676750କୁ ପଠାଇଲେ, ଛାତ୍ରଛାତ୍ରୀମାନେ ଫଳ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

ମାଟ୍ରିକ ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଜାଣିପାରିବେ।ପୂର୍ବରୁ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ମେ ମାସ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଥିଲେ। ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ଶେଷ ହୋଇଥିଲା ମାଟ୍ରିକ ବୋର୍ଡ ପରୀକ୍ଷା।

୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେଉଥିବାବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପରୀକ୍ଷା ଖାତା ମୂଲ୍ୟାୟନ କରିଥିଲେ। ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶନ ନେଇ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଥିଲେ ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି।

Leave A Reply

Your email address will not be published.