ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବଡ଼ ଆଶ୍ବସ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବଡ଼ ଆଶ୍ବସ୍ତି ।  ଇଡିର ସମନକୁ ଏଡାଇବା ମାମଲାରେ ଆଜି ତାଙ୍କୁ ଜାମିନ ମିଳିଛି। ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେଇଛନ୍ତି। ୧୫ ହଜାର ଟଙ୍କା ମୁଚାଲିକାରେ ଜାମିନ ଦେଇଛନ୍ତି କୋର୍ଟ।   ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଦ୍ବାରା କେଜ୍ରିୱାଲଙ୍କୁ ଏବେ ଆଶ୍ବସ୍ତି ମିଳିଛି। ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ୧୫ ହଜାର ଟଙ୍କା ମୁଚାଲିକାରେ କେଜ୍ରିୱାଲଙ୍କୁ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ।  ଶୁକ୍ରବାର ତାଙ୍କୁ ସମନ ହୋଇଥିଲା, ଯାହାକୁ ଚ୍ୟାଲେଞ୍ଜ କରିବା ସହ ଜାମିନ ଆବେଦନ କରିଥିଲେ କେଜ୍ରିୱାଲ। ତାଙ୍କ ଜାମିନ ଆବେଦନକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି।

ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରା ଉଚରା ପାଇଁ ଇଡି କେଜ୍ରିୱାଲଙ୍କୁ ବାରମ୍ବାର ସମନ ପଠାଇ ଚାଲିଛି। କ୍ରମାଗତ ଭାବେ ଆଠ ଥର ସମନ ପଠାଇବା ପରେ ମଧ୍ୟ କେଜ୍ରିୱାଲ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ। ଏହାକୁ ନେଇ ଇଡି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଦୁଇଟି ଅଭିଯୋଗ ଦାଖଲ କରିଥିଲା। କେଜ୍ରିୱାଲ ଜାଣିଶୁଣି ସମନକୁ ଏଡାଇ ଚାଲିଥିବା ଅଭିଯୋଗ କରିଥିଲା ଇଡି। ଏ ଉପରେ ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟ ବିଚାର କରି ମାର୍ଚ୍ଚ ୧୬ରେ କେଜ୍ରିୱାଲଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେଜ୍ରିୱାଲ କୋର୍ଟଙ୍କ ନିର୍ଦ୍ଦେଶକୁ ସେସନ୍ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ଗତକାଲି ସେସନ୍ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେବା ପରେ ଆଜି ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ କେଜ୍ରିୱାଲ। ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ କେଜ୍ରିୱାଲଙ୍କୁ ବେଲ୍ ଦେଇଛନ୍ତି। କୋର୍ଟଙ୍କ ଏହି ବେଲ୍ ଅର୍ଡର ପରେ ଇଡିରେ ହାଜର ନ ହେବାକୁ ନେଇ କେଜ୍ରିୱାଲଙ୍କୁ ଇଡି ଗିରଫ କରିପାରିବ ନାହିଁ।

Leave A Reply

Your email address will not be published.