ଦେଶବାସୀଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ସମସ୍ତ ନାଗରିକଙ୍କୁ ଏକ ଖୋଲା ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାର ଗ୍ରହଣ କରିଥିବା କିଛି ଐତିହାସିକ ନିଷ୍ପତ୍ତି ତାଲିକାଭୁକ୍ତ କରିଛନ୍ତି।  ଲୋକସଭା ଓ 4 ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ | ଚିଠିରେ ସେ ତାଙ୍କର ନେତୃତ୍ବ ଓ ବିକଶିତ ଭାରତ ଗଠନ ପାଇଁ ଦେଶବାସୀଙ୍କ ସମର୍ଥନ ଲୋଡିଛନ୍ତି । ତାଙ୍କ ଶାସନ ମାଧ୍ୟମରେ ଦେଶର ସଫଳତାର ଏକ ବିସ୍ତୃତ ବିବରଣୀ ଦେଇଛନ୍ତି ।

ଲୋକଙ୍କ ସହ ତାଙ୍କର ସହଭାଗିତା ଏକ ଦଶନ୍ଧି ପୂରଣ କରିବାର ଦ୍ୱାରସ୍ଥ ହୋଇଛି ବୋଲି ଦର୍ଶାଇ ସେ ଏକ ବିକାଶ ଭାରତ କିମ୍ବା ବିକଶିତ ଭାରତର ସଂକଳ୍ପ ପୂରଣ କରିବାରେ ସାହାଯ୍ୟ କରିବାକୁ ପରାମର୍ଶ ଲୋଡିଛନ୍ତି। ଚିଠିରେ ମୋଦି ଲେଖିଛନ୍ତି, ”ଆମର ସହଭାଗିତା ଏକ ଦଶନ୍ଧି ପୂରଣ ହେବାର ଦ୍ୱାରଦେଶରେ ଅଛି । 140 କୋଟି ଭାରତୀୟଙ୍କ ବିଶ୍ୱାସ ଏବଂ ସମର୍ଥନ ମୋତେ ପ୍ରେରଣା ଦେଇଛି । ଲୋକଙ୍କ ଜୀବନରେ ହୋଇଥିବା ପରିବର୍ତ୍ତନ ହେଉଛି ଗତ 10 ବର୍ଷ ମଧ୍ୟରେ ଆମ ସରକାରଙ୍କ ସବୁଠାରୁ ବଡ ସଫଳତା । ଗରିବ, କୃଷକ, ଯୁବକ ଏବଂ ମହିଳାଙ୍କ ଜୀବନ ଶୈଳୀରେ ଉନ୍ନତି ଆସିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପକ୍କା ଘର, ସମସ୍ତଙ୍କ ପାଇଁ ବିଦ୍ୟୁତ୍, ଜଳ ଏବଂ ଏଲପିଜି, ଆୟୁଷ୍ମାନ ଭାରତ ମାଧ୍ୟମରେ ମାଗଣା ଚିକିତ୍ସା ଚିକିତ୍ସା, ଚାଷୀଙ୍କୁ ଆର୍ଥିକ ସହାୟତା, ମାତୃ ବନ୍ଦନା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସହାୟତା ଏବଂ ଅନେକ ଉଦ୍ୟମର ସଫଳତା କେବଳ ଆପଣ ମାନେ ମୋ ଉପରେ ରଖିଥିବା ବିଶ୍ୱାସ ହେତୁ ସମ୍ଭବ ହୋଇଛି । ‌ମୋଦୀ ଆହୁରି ବି କହିଛନ୍ତି ଯେ ‘‘ଆପଣମାନଙ୍କ ସମର୍ଥନ ଓ ବିଶ୍ୱାସ ଯୋଗୁ ଆମେ ଜିଏସଟି ଲାଗୁ କରିବା, ଧାରା ୩୭୦ ହଟାଇବା, ତିନି ତଲାକ ରୋକିବାକୁ ଆଇନ୍ ଆଣିବା, ଚାଷୀଙ୍କୁ ଆର୍ଥିକ ସହାୟତା, ଆୟୁଷ୍ମାନ ଭାରତ ମାଧ୍ୟମରେ ମାଗଣା ଚିକିତ୍ସା, ସଂସଦରେ ମହିଳାଙ୍କ ଭାଗିଦାରୀ ବଢ଼ିବା, ନୂଆ ସଂସଦ ଭବନର ଉଦଘାଟନ କରିବା ସହ ଅନେକ ଐତିହାସିକ ପଦକ୍ଷେପ ନେଇଛୁ।’’

Leave A Reply

Your email address will not be published.