ଆଜି ବାଜିବ ନିର୍ବାଚନୀ ବିଗୁଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସରିଲା ପ୍ରତୀକ୍ଷା । ଆଜି ବାଜିବ ନିର୍ବାଚନୀ ବିଗୁଲ |ଲୋକସଭା ଓ 4 ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ । ଆଜି ଅପରାହ୍ନ ୩ଟାରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା ହେବ ।

ନିର୍ବାଚନ ଆୟୋଗକଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହାର ସିଧା ପ୍ରସାରଣ ହେବ ।  ଲୋକସଭା ସହ ଓଡ଼ିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ । ଏହାସହ ପୂରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ଆଜି ନିର୍ବାଚନ କମିଶନର ଭାବେ ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁ ଦାୟିତ୍ବ ଗ୍ରହଣ କରିବା ପରେ ଇସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ଲୋକସଭା ନିର୍ବାଚନ ୭ରୁ ୮ଟି ପର୍ଯ୍ୟାୟରେ ହୋଇପାରେ । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର, ନବନିର୍ବାଚିତ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁଙ୍କ ସହ ନିର୍ବାଚନ ତାରିଖ ଘୋଷଣା କରିବେ ।

ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ବିହାରରେ ୬ରୁ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହୋଇପାରେ । ସେହିପରି ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ଏହିକ୍ରମରେ ମଧ୍ୟପ୍ରଦେଶ, ଆସାମରେ ଦୁଇରୁ ତିନି ପର୍ଯ୍ୟାୟରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ତାମିଲନାଡୁ, କେରଳ, ଗୁଜରାଟ, ହରିୟାଣା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ କେନ୍ଦ୍ରଶାସିତ ରାଜ୍ୟ ଗୁଡ଼ିକରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ । ୧୭ତମ ଲୋକସଭା କାର୍ଯ୍ୟାଳୟ ଜୁନ ୧୬ ତାରିଖରେ ଶେଷ ହେବ । ଏହା ପୂର୍ବରୁ ୧୮ତମ ଲୋକସଭା ଗଠନ ହେବ ।

Leave A Reply

Your email address will not be published.