ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଗ୍ନିପରୀକ୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଗ୍ନିପରୀକ୍ଷା ।  ବହୁମତ ସାବ୍ୟସ୍ତ କରିବେ ନୀତୀଶ ସରକାର । ଅଗ୍ନି ପରୀକ୍ଷାରେ ପାସ୍ ହେଲେ ବିହାରରେ ତିଷ୍ଠି ରହିବ ଏନଡିଏ ସରକାର । ଏହାସହିତ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଓ ଜେଡିୟୁ ପାଇଁ ଏହା ଲାଭଦାୟକ ହେବ । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ମ୍ୟାଜିକ୍ ନମ୍ବର ୧୨୨ । ଏନ୍‌ଡିଏ ପାଖରେ ୧୨୮ ବିଧାୟକ ରହିଥିବା ବେଳେ ବିରୋଧୀଙ୍କ ପାଖରେ ୧୧୫ ରହିଛନ୍ତି । ଏହି ଦୃଷ୍ଟିରୁ ଏନ୍‌ଡିଏ ବହୁମତ ପ୍ରମାଣ କରିବାରେ ସମର୍ଥ ହେବା ନେଇ ଅନୁମାନ କରାଯାଉଛି ।

ଅନ୍ୟପଟେ ପୂର୍ବ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ‘ଖେଳ ଏବେ ବାକି ଅଛି’ ମନ୍ତବ୍ୟକୁ ନେଇ ଜେଡିୟୁର ରାଜନୀତିକ ପାରା ଉପରମୁହାଁ ରହିଛି । ଫ୍ଲୋର ଟେଷ୍ଟ ପୂର୍ବରୁ ତେଜସ୍ୱୀ ଯାଦବଙ୍କ ବାସଭବନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ସରକାର ଚାଲିଯିବା ଭୟରେ ନିତୀଶ କୁମାର ହଜାର ହଜାର ପୋଲିସ ପଠାଇ ତେଜସ୍ୱୀଙ୍କ ବାସଭବନକୁ ଘେରି ରହିଥିବା ଜେଡିୟୁ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି ।

ଆହୁରି ମଧ୍ୟ କୁହାଯାଇଛି, “ସେମାନେ ଯେକୌଣସି ବାହାନାରେ ବାସଭବନ ଭିତରକୁ ପ୍ରବେଶ କରିବାକୁ ଏବଂ ବିଧାୟକଙ୍କ ସହ ଅଯଥା ଘଟଣାଇବାକୁ ଚାହୁଁଛନ୍ତି । ବିହାରର ଲୋକମାନେ ନୀତିଶ କୁମାର ଏବଂ ପୋଲିସର କୁକର୍ମ ଉପରେ ନଜର ରଖିଛନ୍ତି । ମନେ ରଖ ଆମେ ଭୟ କରିବା ଓ ନଇଁଯିବା ଲୋକ ନୁହେଁ । ଏହି ସଂଘର୍ଷକୁ ଆମେ ଲଢିବୁ ଓ ଜିତୁବୁ । କାହିଁକିନା ବିହାରର ନ୍ୟାୟ ପ୍ରିୟ ଜନତା ପୋଲିସର ଦମନକୁ ବିରୋଧ କରିବେ । ଜୟ ବିହାର ! ଜୟ ହିନ୍ଦ ।”

Leave A Reply

Your email address will not be published.