ଦେଶରେ ବଡ଼ ରୋଜଗାର ମେଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ରୋଜଗାର ମେଳାରେ ୧ ଲକ୍ଷରୁ ଅଧିକ ନବନିଯୁକ୍ତ ସରକାରୀ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବ । ସୋମବାର ୪୭ ସ୍ଥାନରେ ଆୟୋଜିତ ହେଉଛି ନିଯୁକ୍ତି ମେଳା । ରାଷ୍ଟ୍ରୀୟ ରୋଜଗାର ମେଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସିରେ ସମ୍ବୋଧିତ କରିବେ । ଏହି ଅବସରରେ ପିଏମ୍ ମୋଦି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ, ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ୧ ଲକ୍ଷ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ ପ୍ରଦାନ କରିବେ ।

ଏହା ସହ କର୍ମଯୋଗୀ ଭବନ ସମନ୍ୱିତ କମ୍ପେ୍ଲକ୍ସର ପ୍ରଥମ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ଦେବେ ପ୍ରଧାନମନ୍ତ୍ରୀ । ଦେଶବ୍ୟାପୀ ଚୟନ ହୋଇଥିବା ନବ ନିଯୁକ୍ତ କର୍ମଚାରୀମାନେ ରାଜସ୍ୱ ବିଭାଗ, ଆଣବିକ ଶକ୍ତି ବିଭାଗ, ଗୃହ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟର ବିଭିନ୍ନ ପଦବୀରେ ଯୋଗ ଦେବେ।

ଦେଶରେ ରୋଜଗାର ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରୋଜଗାର ମେଳାର ଆୟୋଜନ କରାଯାଉଛି । ଏହା ଅଧିକ ନିଯୁକ୍ତି ସୃଷ୍ଟି କରିବ ଏବଂ ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନଙ୍କୁ ଯଥାର୍ଥ କର୍ମ ସଂସ୍ଥାନ ଯୋଗାଇ ଦେଇ ସେମାନଙ୍କୁ ସଶକ୍ତ କରିବ । ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଏକ ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା ସରକାରୀ କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ଯେଉଁଥିରେ ‘ଯେକୌଣସି ସ୍ଥାନରେ ଯେକୌଣସି ଡିଭାଇସ୍’ ଶିକ୍ଷଣ ଫର୍ମାଟ ପାଇଁ 880ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି ।

Leave A Reply

Your email address will not be published.