ସଙ୍କଳ୍ପ ନୂଆ ଓଡିଶା ଗଢିବାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପ୍ରତ୍ୟେକ ପଞ୍ଚାୟତ ର ବିକାଶ କୁ ଆଖି ଆଗରେ ରଖି ପଞ୍ଚାୟତ ସ୍ତରୀୟ ଆରମ୍ଭ ହେଉଛି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ସାଲେପୁର ବ୍ଲକ ଭୀମଦାସପୁର ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ନୂଆ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେବା ପାଇଁ ବ୍ଲକ୍ ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଲେପୁର ବିଧାୟକ ଙ୍କ ସହ ବିଭିନ୍ନ ବିଭାଗ ର ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହି ସରକାର ଙ୍କ ଜନ ହିତକାରୀ ଯୋଜନା ଗୁଡକର କିଭଳି ଗ୍ରାମାଞ୍ଚଳ ଲୋକମାନଙ୍କ ପାଖରେ ପହଞ୍ଚି ପାରୁଛି ସେ ସଂପର୍କରେ ସଚେତନତା କରିଥିଲେ ।

ଏହି ଅବସରରେ ଆମ ଓଡ଼ିଶା ର ଲୋକ କଳା ସଂସ୍କୃତି ସହ ପାଲା ଓ ଗୀତନୃତ୍ୟ ପରିବେଷଣ କରାଯାଇଥିଲା । ରାଜ୍ୟ ସରକାର ଙ୍କ ବିଭିନ୍ନ ବିଭାଗ ର ଷ୍ଟଲ ମାନ ଖୋଲା ଯାଇଥିଲା ।

Leave A Reply

Your email address will not be published.