ନୂଆ -ଓ ସାହିତ୍ୟ ପ୍ରତିଯୋଗିତା ଓଡ଼ିଆ ଭାଷା ସମ୍ମଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ‘ କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଲକାନଗିରି ଜିଲ୍ଲା କୀଲିମେଳା ବ୍ଲକ ଅନ୍ତର୍ଗତ ମାଓବାଦୀ ପ୍ରବଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉରୁବାଲ୍ଲି ଠାରେ ଗତ କିଛି ଦିନ ଧରି ଆରମ୍ଭ ହୋଇଥିବା ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗର ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଗିରିଜା କିଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଉଦଯାପନ ଉତ୍ସବ ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ମାଟିଲଗ୍ନା ସାହିତ୍ୟ ସଂସଦର ସଭାପତି କିଶୋର ଚନ୍ଦ୍ର ପ୍ରଧାନ ଯୋଗଦେଇ ଓଡିଆ ଭାଷା ଓ ଜଗନ୍ନାଥ ସଂସ୍କୃତି ସହିତ ପିଲାମାନଙ୍କ ଆଗାମୀ ଭବିଷ୍ୟତ ସମ୍ପର୍କରେ ବକ୍ତବ୍ୟ ରଖିଥିଲାବେଳେ ସମ୍ମାନିତ ଅତିଥି ନାରାୟଣ ଚନ୍ଦ୍ର ପଣ୍ଡା ପ୍ରଧାନ ଶିକ୍ଷକ, ଡ. ଆମ୍ବେଦକର ଉଚ୍ଚ ବିଦ୍ୟାଳୟ ପରିଚାଳନା  ଦାୟିତ୍ୱରେ ଥିଲେ |

ଅନ୍ୟତମ ସମ୍ମାନିତ ଅତିଥି ବସନ୍ତ କୁମାର ବିଶ୍ଵାଳ ଅଧ୍ୟାପକ, ଇଂରାଜୀ ବିଭାଗ,ଡ.ଶ୍ୟାମ ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ମୁଖ୍ୟ ବକ୍ତା ପ୍ରଦୀପ୍ତ କୁମାର ମିଶ୍ର ଅଧ୍ୟାପକ, ଅର୍ଥନୀତି ବିଭାଗ ଡ.ଶ୍ୟାମ ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମଞ୍ଚ ପରିଚାଳନା କରିଥିଲେ | ସ୍ଥାନୀୟ ମହାବିଦ୍ୟଳୟର ଅଧ୍ୟାପକ ଅନିଲ କୁମାର ଖିଲ ଏବଂ ଶେଷରେ ଧନ୍ୟବାଦ୍ ଜ୍ଞାପନ କରିଥିଲେ ଅଧ୍ୟାପକ ରବିଶଙ୍କର ବାରିକ | ଏହା ବ୍ୟତୀତ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା।

Leave A Reply

Your email address will not be published.