ହେସେଲପଟା ଏସ୍ ଏସ୍ ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହେସେଲପଟା ଏସ୍ ଏସ୍ ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ | ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ହେସେଲପଟା ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମହାପାତ୍ରଙ୍କ ମାର୍ଗଦର୍ଶନରେ ସଭାପତି ଭାବେ ମୟୂରଭଞ୍ଜ ଜୋନ ପୂର୍ବତନ ଇନିସପେକ୍ଟର ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି |

ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାମନଘାଟୀ ଉପଖଣ୍ଡ ପି ଏ ଆଇ ଟି ଡି ଏ ଶ୍ରୀଯୁକ୍ତ ପରୀକ୍ଷିତ ଦାସ, ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ଜରିଲାଲ ସୋରେନ, ରାଇରଙ୍ଗପୁରସ୍ତ ରଘୁନାଥଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନୀଲ କୁମାର ସେଠୀ, ଜାମଦା ବ୍ଲକ ମତ୍ସ୍ୟ ବିଭାଗ ଅଫିସର ସାମାଇ ସୋରେନ, ଜାମଦା ଏସ୍ ଏସ୍ ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୌରୀ ଶଙ୍କର ସା, କାଣ୍ଡସର ସରକାରୀ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଜିତେନ୍ଦ୍ର ବରାଳ, ଜାମଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ସୁରେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ | ସଭାପ୍ରାରମ୍ଭ ପୂର୍ବରୁ ପତିତପାବନ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ପରେ ଛାତ୍ରୀଗଣ ସ୍ବାଗତ ସଂଗୀତ ଗାନ କରିଥିଲେ | ତଦପରେ ଅତିଥିଗଣଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା |

ମୁଖ୍ୟଅତିଥି ଛାତ୍ରୀମାନଙ୍କୁ ନିଜ ବକ୍ତବ୍ୟରେ ସୁମଣିଷ ହେବା ପାଇଁ ବୁଝାଇଥିଲେ | ସମ୍ମାନିତ ଅତିଥିଗଣ ଛାତ୍ରୀମାନଙ୍କୁ ନୈତିକ, ଶାରୀରିକ, ଆଧ୍ୟାତ୍ମିକ ଓ ବୌଦ୍ଧିକ ଶିକ୍ଷା ଉପରେ ଦିଗଦର୍ଶନ ଦେଇଥିଲେ | ଏହାପରେ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ଅତିଥିଗଣ ମାନପତ୍ର ଓ ଫଳକ ଦେଇ ପୁରସ୍କୃତ କରିଥିଲେ | ଗତବର୍ଷର ଚମ୍ପିୟାନ ଭାବେ ସିନିୟର ଗ୍ରୁଫ୍ ରୁ ଦଶମ ଶ୍ରେଣୀ ଛାତ୍ରୀ ସଲମା ମୁର୍ମୁ ଓ ଜନିୟର ଗ୍ରୁଫ୍ ରୁ ଅଷ୍ଟମ ଶ୍ରେଣୀ ଛାତ୍ରୀ ଦୁଲାରୀ ହାଁସଦାଃଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା | ଏହାପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା |

ଉକ୍ତ ବାର୍ଷିକ ଉତ୍ସବରେ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ତାରିଣୀରାଣୀ ହାଁସଦାଃ ଓ ମଧୁସ୍ମିତା ପାତ୍ର ମଞ୍ଚ ପରିଚାଳନା କରିଥିଲା ବେଳେ ଶିକ୍ଷକ ଜଗେଶ୍ବର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଚିତାକର୍ଷକ ବାର୍ଷିକ ସମାରୋହରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ରାଜେନ୍ଦ୍ର ପ୍ରସାଦ ନାଏକ, ଜଲନ ହୋ, ଯୋଗେଶ୍ବର ନାଏକ, ସଂଜୟ କୁମାର ସେଠୀ, ଭିକାରୀ ଚରଣ ବସା, ଅର୍ଚ୍ଚନା ବାରିକ, ପ୍ରମିଳା ମାର୍ଣ୍ଡି ଓ ଭାଗବତ ମୁର୍ମୁ ସହଯୋଗ କରିଥିଲେ |

Leave A Reply

Your email address will not be published.