ରାଇରଙ୍ଗପୁର ଠାରେ ଇ-ବାଇକର ଅତ୍ୟାଧୁନିକ ନୂତନ ସୋରୁମ୍ ଓ ସର୍ଭିସ ସେଣ୍ଟର ଉଦଘାଟିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ଠାରେ ଇ-ବାଇକର ଅତ୍ୟାଧୁନିକ ନୂତନ ସୋରୁମ୍ ଓ ସର୍ଭିସ ସେଣ୍ଟର ଉଦଘାଟିତ | ରାଇରଙ୍ଗପୁର ସହରର ମୁଖ୍ୟ ରାସ୍ତା ପିସିଏମ କଲ୍ୟାଣ ମଣ୍ଡପ ସନ୍ନିକଟ ରେ ସତ୍ୟ ଇ-ବାଇକର ଅତ୍ୟାଧୁନିକ ନୂତନ ସୋରୁମ୍ ଓ ସର୍ଭିସ ସେଣ୍ଟର ଉଦଘାଟିତ ହୋଇଯାଇଛି |

ସତ୍ୟ ଇବାଇକର ସତ୍ବାଧିକାରୀ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ବାଇକ୍ ଡିଲର ରଜତ ପଣ୍ଡାଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ପୌରପାଳିକାର ନଗରପାଳ ଅଭିଷେକ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସୂଚନ୍ଦ୍ର ମହାଳିକ, ଟ୍ରାନ୍ସ ମୋବିଲିଟିର ଅଲ ଇଣ୍ଡିଆ ସେଲସ ମୁଖ୍ୟ ଶୁଭେନ୍ଦୁ ଶେଖର, ବାରିପଦା ୱାର୍ଡ ନଂ ୨୩ କାଉନସିଲର ଅନନ୍ତ ଦାସ, ସମାଜସେବୀ ନିରୋଜ ଓ ଲୋଚନ ପଣ୍ଡା, ସାମ୍ବାଦିକ ମନୋଜ ପଣ୍ଡା, ଦୀପକ ନାୟକ, ସର୍ଭିସ୍ ହେଡ୍ ଇଷ୍ଟ ସୌଭାଗ୍ୟ କୁମାର ଜେନା, ସେଲସ୍ ମ୍ୟାନେଜର ଓଡିଶା ଶୁଭକାଂଶି ମହାପାତ୍ର, ରମାକାନ୍ତ ଜେନା , ଅଭିଷେକ ପ୍ରମୁଖ ଯୋଗ ଦେଇ ନୂତନ ଗୃହକୁ ଫିତା କାଟି ଉଦଘାଟନ କରିଥିଲେ |

ଆଜିର ସମୟରେ ପ୍ରଦୂଷଣ ଦ୍ରୁତ ଗତିରେ ବଢୁଥିବାରୁ ଇ ବାଇକ ପ୍ରଦୂଷଣ ରୋକିବାରେ ସହାୟକ ହେବ ବୋଲି ଅତିଥିମାନେ କହିଥିଲେ | ସରକାରଙ୍କ ତରଫରୁ ଏହି ଏକ ବ୍ୟାଟାରି ଚାଳିତ ଗାଡି ଗୁଡିକ ଉପରେ ବିଶେଷ ରିହାତି ମଧ୍ୟ ପ୍ରଦାନ କରୁଛନ୍ତି | ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ, ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି, ନୂତନ ଗ୍ରାହକ ଏବଂ ସତ୍ୟ ଇ ବାଇକର କର୍ମଚାରୀମାନେ ଉପସ୍ଥିତ ଥିଲେ | କମ ଦାମରେ ବହୁ ଆକର୍ଷଣୀୟ ରଙ୍ଗର ମନ ପସନ୍ଦର ସ୍କୁଟି ଉପଲବ୍ଧ ହେଉଛି | ସହରର ଆବଶ୍ୟକତାକୁ ଦେଖି ଏହା ଖୋଲା ଯାଇଛି | ଏଥିରେ ଲାଇସେନ୍ସ ଆବଶ୍ୟକତା ନାହିଁ | ରାଇରଙ୍ଗପୁର ଅଞ୍ଚଳରେ ଏହି ସୋରୁମ ଖୋଲିଥିବାରୁ ଡିଲର ରଜତ ପଣ୍ଡାଙ୍କ ଭବ୍ୟ ଉଦ୍ୟମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି |

Leave A Reply

Your email address will not be published.