ଓପିଏସ୍‌ସି ପରୀକ୍ଷାରେ ରାଜ୍ୟର ପ୍ରଥମ ସ୍ଥାନ ଅଧିକାର ପାଇଲେ ମୟୁରଭଞ୍ଜ ଜିଲ୍ଲାର ଝିଅ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓପିଏସ୍‌ସି ପରୀକ୍ଷାରେ ରାଜ୍ୟର ପ୍ରଥମ ସ୍ଥାନ ଅଧିକାର କରି ଏଏସ୍‌ଓ ନିଯୁକ୍ତି ପାଇଲେ ମୟୁରଭଞ୍ଜ ଜିଲ୍ଲାର ଝିଅ | ଓପିଏସ୍‌ସି ପରୀକ୍ଷାରେ ରାଜ୍ୟର ପ୍ରଥମ ସ୍ଥାନ ଅଧିକାର କରି ଏଏସ୍‌ଓ ନିଯୁକ୍ତି ପାଇଲେ ମୟୁରଭଞ୍ଜ ଜିଲ୍ଲା ବଡସାହି ବ୍ଳକ ସାନକେରକୋ ର ଝିଅ ଜାଗ୍ରତୀ ସାହୁ ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି ଜାଗୃତୀ । ସାନକେରକୋ ଗ୍ରାମର ଚନ୍ଦନ କୁମାର ସାହୁ ଓ ଜୟନ୍ତୀ ବେହେରାଙ୍କ ଜ୍ୟେଷ୍ଠ କନ୍ୟା ଜାଗୃତୀ । ଜାଗୁତୀଙ୍କ ସଫଳତା ପରେ ଘରେ ଆନନ୍ଦର ଲହରୀ ଖେଳିଯାଇଛି । ୨୭ ବର୍ଷିୟା ଜାଗୃତୀ ମୟୂରଭଞ୍ଜ ଜିଲ୍ଲାରୁ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି । ଏହା ପୂର୍ବରୁ ଜାଗ୍ରତୀ ଏଆର୍‌ଆଇ ଭାବେ ସରକାରୀ ଚାକିରୀ ଆରମ୍ଭ କରିଥିଲେ ।

ପରେ ମୟୂରଭଞ୍ଜ ଜିଲ୍ଲା କୃଷି ବିଭାଗରେ ଅଡିଟର ଇନ୍ ଆସିଷ୍ଟାଣ୍ଟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ପରେ ଓପିଏସ୍‌ସିରେ ପ୍ରଥମ ଥରରେ କୃତକାର୍ଯ୍ୟ ହେବା ପରେ ଏଏସ୍‌ଓ ଭାବେ ନିଯୁକ୍ତି ପାଇଛନ୍ତି ଜାଗୃତୀ । ଜାଗୃତୀଙ୍କ ପିତା ଚନ୍ଦନ ଜଣେ ବ୍ୟବସାୟୀ ହୋଇଥିବା ବେଳେ ଜୟନ୍ତୀ ଘୋରେଇ ସ୍କୁଲ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି । ତାଙ୍କର ଦୁଇ ଝିଅ ମଧ୍ଯରୁ ଜାଗ୍ରତୀ ଜ୍ୟେଷ୍ଠ କନ୍ୟା ଅଟନ୍ତି।

Leave A Reply

Your email address will not be published.