ବିଦ୍ୟୁତ ଖୁଣ୍ଟରେ ଚଢି ଯୁବକଙ୍କ ଆତ୍ମହତ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଦ୍ୟୁତ ଖୁଣ୍ଟରେ ଚଢି ଯୁବକଙ୍କ ଆତ୍ମହତ୍ୟା | ଜଳିଗଲା ପୁରା ଶରୀର | ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ଲୋମ ଟାଙ୍କୁରା ଘଟଣା । ୧୧ କେଭି ବିଦ୍ୟୁତ ଖୁଣ୍ଟରେ ଚଢି ଆତ୍ମହତ୍ୟା କଲେ ଯୁବକ । ଆଉ ଆଖି ପିଛୁଳାକେ ଜଳିଗଲେ ଯୁବକ ।

ଖବର ଅନୁଯାୟୀ, ବଡ଼ବଲି ଗାଁ ଜଙ୍ଗଲରେ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟରେ ଶନିବାର ସକାଳେ ସେହି ଗାଁ ନରହରି ମହାନ୍ତ ନାମକ ଜଣେ ଯୁବକ ଚଢିଯାଇଥିଲେ । କେହି କିଛି ବୁଝିବା ପୂର୍ବରୁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିଲେ । ଦେହରେ ବିଦ୍ୟୁତ ତାର ଲାଗିଯିବାରୁ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା ।

ଶରୀରଟି ଖୁଣ୍ଟ ଉପରେ ହୁତୁହୁତୁ ହୋଇଜଳିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାର ତଦନ୍ତ କରୁଛି ରରୁଆଁ ପୋଲିସ । ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.