ସଶକ୍ତ ଓଡ଼ିଶା ସାଥୀ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୋପବନ୍ଧୁ ନଗର ବ୍ଲକ ପରିସରରେ କପ୍ତିପଦା ଉପଖଣ୍ଡ ସମ୍ମନ୍ବୀତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଜନଜାତି ସଂପ୍ରଦାୟକୁ ନେଇ ଶସକ୍ତ ଓଡ଼ିଶା ସାଥୀ ସଂମ୍ପର୍କୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ମନ୍ବୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରୀ, ଗୋପବନ୍ଧୁ ନଗର ବ୍ଲକ ଭପାଧ୍ୟକ୍ଷା ରଶ୍ମିତା ଗୌଧୁରୀ, ଜିଲ୍ଲାପରିଷଦ ସଭ୍ୟା, ଏଡ଼ି ଡ଼ବ୍ଲୁ ଓ ରାକେଶ ରଞ୍ଜନ ବିଶ୍ୱାଳ, ବିଏସଏସ ଓ ଦେବାଶିଷ ବେହେରା, ବ୍ଲକ ଡ଼ବ୍ଲୁ ଇ ଓ ସତ୍ୟଭାନୁ ସର୍ଦ୍ଧାର ସିଂ ପ୍ରମୁଖ ଯୋଗ ଦେଇଥିଲେ ।

ଜନଜାତିଙ୍କ ଜୀବନ, ଜୀବିକା ଓ ସଂସ୍କୃତିର ବିକାଶ ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି ବୋଲି ଅତିଥିଗଣ ସୁଚ଼ାଇଥିଲେ । ଏବଂ ଏହି ଯୋଜନା ଗୁଡ଼ିକ ସଂପୃକ୍ତ ବ୍ୟକ୍ତି ମାନଙ୍କ ନିକଟରେ ପହଞ୍ଚାଇବା ଓ ଯୋଜନା ସଂପର୍କରେ ସେମାନଙ୍କୁ ସଚେତନ କରାଇବା ହିଁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଅତିଥିଗଣ ସୁଚ଼ାଇ ଥିଲେ । ଏହି ଅବସରରେ ସମ୍ୟକାରଙ୍କ ପକ୍ଷରୁ ଜନଜାତି ସଂପ୍ରଦାୟର ଆର୍ଥିକ ବିକାଶ ପାଇଁ ଥିବା ବିଭିନ୍ନ ଯୋଜନା ସଂସ୍ପର୍କରେ ଅବଗକରାଇ ଥିଲେ । ସେହିପରି ସଂସ୍କୃତି ଓ ପରମ୍ପରା ର ବିକାଶପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ସରକାରଙ୍କ ଏକ ଯୁଗନ୍ତକାରୀ ପଦକ୍ଷେପ ବୋଲି କହିଥିଲେ ।

ଏବଂ ସଂପୃକ୍ତ ଜାତିର ଉଚ୍ଚ ଶିକ୍ଷାକ୍ଷେତ୍ରରେ ଆଶାନୁରୂପ ବିକାଶ ହୋଇ ପାରୁ ନଥିବା ଏବଂ ଅଧାରୁ ପଢ଼ା ଛାଡ଼ୁଥିବା ଯୁବକ ଯୁବତୀ ମାନଙ୍କୁ ପୁନଃ ଶିକ୍ଷାଗ୍ରହଣ ପ୍ରତି ଆକୃଷ୍ଟ କରିବା ପାଇଁ ବୈଠକ ରେ ଉପସ୍ଥିତ ଥିବା ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି ଓ ଆଚ଼ିଭର ମାନଙ୍କ ସହାୟତା ଆବଶ୍ୟକ ବୋଲି ପ୍ରକଳ୍ପ ପ୍ରଶାସକ ଶ୍ରୀ ଖମାରୀ ସୁଚାଇଥିଲେ । ଇତି ଅବସରରେ ବ୍ଲକ ଅଧିନ ବିଭିନ୍ନ ପଞ୍ଚାୟତରେ ଏହି ସଂପ୍ରଦାୟର ସଂସ୍କୃତି, ନୃତ୍ୟ, ଭାଷା ଓ ସାହିତ୍ୟର ଉନ୍ନତି, ଗ୍ରାମ୍ୟ ବ୍ୟଦ୍ୟ( କବିରାଜ) ଓ ଗ୍ରାମ୍ୟ ମୁଖ୍ୟ ଆଦି କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ଥିବା ୨୫ ଜଣ ପୁରୁଷ ଓ ମହିଳାଙ୍କୁ ରାଜ୍ୟସରକାରଙ୍କ ଦ୍ୱାରା ପ୍ରଦତ୍ତ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ଅତିଥିଗଣ ସମ୍ମାନୀତ କରିଥିଲେ ।

Leave A Reply

Your email address will not be published.