ବିହାର ପାଇଁ ଚୂଡ଼ାନ୍ତ NDAର ଆସନ ବୁଝାମଣା

0

ଓଡ଼ିଆ ନ୍ୟୁଜ୍: ବିହାର ବିଧାନସଭା ନିର୍ବାଚନ: NDAର ଆସନ ବୁଝାମଣା ଚୂଡ଼ାନ୍ତ। ବିଜେପି ଓ ଜେଡିୟୁ ପ୍ରତ୍ୟେକ ୧୦୧ ଆସନରେ ଲଢ଼ିବେ। LJPକୁ ମିଳିଲା ୨୯, ରାଷ୍ଟ୍ରୀୟ ଲୋକମୋର୍ଚ୍ଚାକୁ ୬ ଆସନ। ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM)କୁ ମିଳିଲା ୬ ଆସନ। ବିଜେପି ବିହାର ପ୍ରଭାରୀ ବିନୋଦ ତାୱଡେ କହିଛନ୍ତି ଯେ ଏନଡିଏ ପରିବାରର ସମସ୍ତ ସଦସ୍ୟ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ସହମତ ହୋଇଛନ୍ତି ଏବଂ ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଆସନ ବଣ୍ଟନ ଉପରେ ସହମତ ହୋଇଛନ୍ତି। ସେହିପରି ବିହାର ବିଜେପି ସଭାପତି ଦିଲୀପ ଜୟସୱାଲ କହିଛନ୍ତି, “ଏନଡିଏ ଏକଜୁଟ ଅଛି। ଆମେ ଦୃଢ଼ ବହୁମତ ସହିତ ସରକାର ଗଠନ କରିବୁ।”

ପୂର୍ବରୁ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡିୟୁକୁ ମେଣ୍ଟରେ “ବଡ଼ ଭାଇ” ମାନ୍ୟତା ଦିଆଯିବ ଏବଂ ବିଜେପି ଅପେକ୍ଷା ଗୋଟିଏ କିମ୍ବା ଦୁଇଟି ଅଧିକ ଆସନ ମିଳିବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା। କୁହାଯାଉଥିଲା ଯେ ଜେଡିୟୁ ୧୦୨-୧୦୩ ଆସନ ମିଳିବ। କିନ୍ତୁ ଏବେ ଏହା ସ୍ପଷ୍ଟ ଯେ ବିଜେପି ଓ ଜେଡିୟୁକୁ ସମାନ ମାନ୍ୟତା ଦିଆଯାଇଛି।

Leave A Reply

Your email address will not be published.