ବିଜେଡିଠାରୁ ଛଡ଼ାଇ ଆଣିବୁ: ସୁରେଶ ପୂଜାରୀ

0

ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପନିର୍ବାଚନ; ରଣନୀତି ସାର୍ବଜନିନ ହୁଏନି କହିଲେ ସୁରେଶ ପୂଜାରୀ।‘କିନ୍ତୁ ବିଜେପି ନିଶ୍ଚିତ ଭାବେ ଜିତିବ, ବିଜେଡି ଠାରୁ ଛଡ଼ାଇ ଆଣିବ’।‘ମୂଳରୁ ମ୍ୟାଚ୍‌ ଆରମ୍ଭ ହୋଇନି ଭକ୍ତ ଦାସ ଜିତି ସରିବା କଥା କହୁଛନ୍ତି’।ଭକ୍ତ ଦାସଙ୍କ ଏଭଳି ଆସ୍ଫଳନ କରିବା ଭୁଲ- ସୁରେଶ ପୂଜାରୀ।

ସେ କହିଛନ୍ତି ‘ବିଜେଡି ଓ କଂଗ୍ରେସ ଜ୍ୟୋତିଷ ହୋଇଗଲେଣି । ମୁଁ ସୁରେଶ ପୂଜାରୀ ଫିଜିକ୍ସ ପଢ଼ିଛି । ନବୀନ ପଟ୍ଟନାୟକ ନିଜେ ହିଁ ପାର୍ଥୀ ବାଛନ୍ତି ହେଲେ, ବିଜେପିରେ କିଏ ସମାଜର ଭଲ ହେବ କିଏ ରାଜ୍ୟ ପାଇଁ ଭଲ ହେବ ତେଣୁ ଦଳର ସଭାପତି ଏବଂ କୋର କମିଟି ନିଷ୍ପତ୍ତି ନିଅନ୍ତି । ତେଣୁ ଦଳର ଯେଉଁ ଚାଲେଞ୍ଜ ଆସିବ ତାହାକୁ ଫାଇଟ କରିବାକୁ ପ୍ରସ୍ତୁତ ଅଛନ୍ତି । ଦଳରେ ଯେତେ ସଫଳ ବ୍ୟକ୍ତିତ୍ଵ ବାହାରିବେ ଓଡ଼ିଶା ଉନ୍ନତି ହେବ ସମସ୍ତେ ଉପକୃତ ହେବେ ।’

ସେ ଆହୁରି କହିଛନ୍ତି ‘‘ନୂଆପଡ଼ା ଉପନିର୍ବାଚନରେ ପ୍ରଚାର ପାଇଁ ସୁରେଶ ପୂଜାରୀ କହିଛନ୍ତି କି ତାଙ୍କର ସ୍ଵାସ୍ଥ୍ୟଗତ କାରଣରୁ ବର୍ତ୍ତମାନ ସେ ଏମ୍ସ ଡାକ୍ତରଙ୍କ ସହ ପରାମର୍ଶ ନେବେ ଏହାପରେ ଅନୁମତି ମିଳିଲେ ନୂଆପଡ଼ା ମଇଦାନକୁ ଓହ୍ଲାଇବେ ।’’

Leave A Reply

Your email address will not be published.