ଓଡ଼ିଆ ନ୍ୟୁଜ୍: ଇଣ୍ଡି ମେଣ୍ଟ ସଦସ୍ୟ ମହିଳା ଆକ୍ରୋଶର ଶିକାର ହେବେ କହିଲେ ତୋମାର। ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାରଙ୍କ ପ୍ରତିକ୍ରିୟା।ମହିଳାଙ୍କୁ ଅପମାନ କରିଛି ଇଣ୍ଡି ମେଣ୍ଟ, ମହିଳା ଆକ୍ରୋଶିତ ଅଛନ୍ତି।ରାଜ୍ୟସ୍ତରରେ ବଡ଼ ଆନ୍ଦୋଳନ ଓ ରାଲି ହେବ, ଗାଁକୁ ଯିବ ଆନ୍ଦୋଳନ।ମହିଳା ମହାବିଦ୍ୟାଳୟ, ମହିଳା ବିଶ୍ବବିଦ୍ୟାଳୟ ସବୁଠି ଆନ୍ଦୋଳନ ହେବ।ଇଣ୍ଡି ମେଣ୍ଟର ନେତାଙ୍କୁ କଳା ପତାକା ଦେଖାଯିବ, ସବୁ ଜାଗାରେ ବିରୋଧ ହେବ।
ତୋମର କହିଛନ୍ତି ଯେ, ଦେଶର ମହିଳାମାନଙ୍କୁ ଅପମାନ କରିଛି ଇଣ୍ଡି ମେଣ୍ଟ । ପାପ କରି ଉତ୍ସବ ପାଳନ କରିଛି ଇଣ୍ଡି ମେଣ୍ଟ । ଏଥିପାଇଁ ସାରା ଦେଶର ମହିଳା ଆକ୍ରୋଶିତ ଅଛନ୍ତି । ଏଥିପାଇଁ ମହିଳା ଆକ୍ରୋଶର ଶୀକାର ହେବେ ଇଣ୍ଡି ମେଣ୍ଟର ସଦସ୍ୟ । ଯିଏ ବି କଂଗ୍ରେସ ସହିତ ସହଯୋଗ କରିଛନ୍ତି ସେମାନେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଦୋଷୀ । ରାଜ୍ୟସ୍ତରରେ ବଡ଼ ଆନ୍ଦୋଳନ ଏବଂ ରାଲି ହେବ, ଏହାପରେ ଜିଲ୍ଲା, ମଣ୍ଡଳ, ପଞ୍ଚାୟତ ଏବଂ ଗାଁକୁ ଯିବ ଏହି ଆନ୍ଦୋଳନ । ଆଗକୁ ମହିଳା ଏମାନଙ୍କ ସହିତ ରହିବେ ନାହିଁ ।