ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା

0

ଓଡ଼ିଆ ନ୍ୟୁଜ୍: ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ମିଳିଲା ସିଏମ୍ କିଷାନ ଟଙ୍କା।ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟ ଗଲା ସିଏମ୍‌ କିଷାନ ଟଙ୍କା। କଟକରେ ରାଜ୍ୟସ୍ତରୀୟ କୃଷକ ଦିବସରେ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ କୃଷକମାନଙ୍କୁ ଏହି ରାଶି ପ୍ରଦାନ କରାଯାଇଛି । ସମସ୍ତ ଟଙ୍କା ଡିବିଟି ଜରିଆରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି । ଏହି ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା ଦିଆଯାଉଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୪ ରୁ ୨୨ ମାସରେ ଆମ କୃଷି ଅଭିବୃଦ୍ଧି ହାର ୫ ଦଶମିକ ୩ ପ୍ରତିଶତରେ ପହଞ୍ଚିଛି। ଏହା ଜାତୀୟ ଅଭିବୃଦ୍ଧି ହାରରୁ ଅଧିକ। ଧାନ ଉତ୍ପାଦନରେ ଓଡିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ସଠିକ୍ ସମୟରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଵା ଅମର ଲକ୍ଷ୍ୟ। ଏଥିପାଇଁ ସରକାରଙ୍କର ସି ଏମ୍ କିଷାନ୍ ଯୋଜନା। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି କୃଷକଙ୍କୁ ମୁଖ୍ୟ ସ୍ରୋତରେ ଯୋଡିବା।

Leave A Reply

Your email address will not be published.